ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଆମପାଣି ବୁଢ଼ାରଜା ବ୍ୟାଡମିଣ୍ଟନ ଆସୋସିଏସନ୍ ଆନୁକୂଲ୍ୟରେ ଗତ ୨ ଦିନ ଧରି ଚାଲିଥିବା ଦିବାରାତ୍ରି ବ୍ୟାଡମିଣ୍ଟନ ପ୍ରତିଯୋଗୀତାର ଫାଇନାଲ ଖେଳ ଶନିବାର ଅନୁଷ୍ଠିତ ହୋଇଛି। ଫାଇନାଲ ଖେଳଟି ପ୍ରିତମ ଅଗ୍ରୱାଲ ଆଣ୍ଡ ସମ୍ଭବ ଶର୍ମା ପାର୍ଟନର ଓ ତ୍ରିନାଥ ପ୍ରସନ୍ନ ରାୟ ଆଣ୍ଡ ଲଲିତ ପୁଟେଲ ପାର୍ଟନର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରିତମ ଆଣ୍ଡ ସମ୍ଭବ ପାର୍ଟନର ବିଜେତା ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛନ୍ତି। ଆମ୍ପିଆର ଭାବରେ ପ୍ରଫୁଲ୍ଲ ଜାନୀ ଖେଳ ପରିଚାଳନା କରିଥିବାବେଳେ ସୁନୀଲ କୁମାର ଯୋଷୀ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଆମପାଣି ସରପଞ୍ଚ ଋକ୍ମିଣୀ ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଯୁବ ନେତା ଋତୁରାଜ ମାଝୀ, ନକୁଳ ବାଣୁଆ, ବିଘ୍ନେଶ୍ୱର ନାଏକ, ନାରୀନେତ୍ରୀ ତିଳୋତ୍ତମା ନାଏକ, ଶିକ୍ଷକ ଜୟ ଶଙ୍କର ପାଠୀ, ସାମ୍ବାଦିକ ବିଜୟ କୁମାର ପଣ୍ଡା, ମନୋରଞ୍ଜନ ବାଣୁଆ, ନରେଶ କୁମାର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉଭୟ ବିଜେତା ଓ ଉପ-ବିଜେତା ଦଳକୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ପ୍ଳୋୟର ଅଫ୍ ଦି ମ୍ୟାଚ୍ ଭାବେ ପ୍ରିତମ ଅଗ୍ରୱାଲ ବିବେଚିତ ହୋଇଥିଲେ। ଆୟୋଜକ ଅନୁଷ୍ଠାନର ବିନୋଦ କୁମାର ସିଂ, ପରେଶ ସାମନ୍ତରାୟ, ଦିନେଶ ମାଝୀ, ଦୁଷ୍ମନ୍ତ ପଣ୍ଡିତ, ଚୈତନ୍ୟ ମାଝୀ, ଗଣେଶ ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ, ତରୁଣ ମହାପାତ୍ର ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ।