କୋକସରା ବ୍ଳକ ପଛୁଆ ବର୍ଗର ମିଳିତ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ମହକୁମା ଧାନ ମଣ୍ଡିଠାରେ ରବିବାର ବ୍ଳକ ପଛୁଆ ବର୍ଗର (ଓବିସି) ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ସଚେତନ କୃଷକ ମଞ୍ଚର ସଭାପତି ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀଙ୍କ ଆହ୍ବାନ କ୍ରମେ ପଛୁଆ ବର୍ଗରେ ଆସୁଥିବା ୧୫ ଗୋଟି ସମାଜର ଶତାଧିକ କର୍ମକର୍ତ୍ତା ବୈଠକରେ ଯୋଗଦେଇଥିଲେ। ବରିଷ୍ଠ ନାଗରିକ ମୀନ କେତନ ପ୍ରଧାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, କୋଶଲିଆ ଗଉଡ଼ ସଭା ଜିଲ୍ଲା ସଭାପତି ମନୋଜ କୁମାର ନାଏକ, ପୂର୍ବତନ ସୁନାରୀ ସମାଜ ଜିଲ୍ଲା ସଭାପତି ବୁଟୁନାଥ ସରାବୁ, ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଦାସ, କଳାହାଣ୍ଡି କୋଶଲା ମାଲି ସମାଜର ଯୁଗ୍ମ ସମ୍ପାଦକ ଜୟହରୀ ପଟେଲ, ଭୁବନେଶ୍ୱର ପଟେଲ, ପଞ୍ଚକ ପୋଡ଼, କୋକସରା ଶୋଣ୍ଢିକ ସମାଜର ସଭାପତି ଅଶୋକ କୁମାର ସାହୁ, ବ୍ଳକ ଯାଦବ ସମାଜର ସଭାପତି ବିନୋଦ କୁମାର ରାଉତ, ପ୍ରକାଶ ଚନ୍ଦ୍ର ଚୈଧୁରୀ, ମନୀଜର ପୋଡ଼, ନିଲାମ୍ବର ବାରିକ, ଅଖିଳ ଚନ୍ଦ୍ର ସାହୁ, ଗଣେଶ ରାମ ସାହୁ ପ୍ରମୁଖ ଯୋଗଦେଇ ପଛୁଆବର୍ଗ ଦେଶରେ ୫୨ ପ୍ରତିଶତରୁ ଉର୍ଦ୍ଧ୍ବ ରହିଥିଲେ ମଧ୍ୟ ଶିକ୍ଷା, ନିଯୁକ୍ତି, ଅର୍ଥନୈତିକ, ରାଜନୈତିକ ଭଲି ସବୁ କ୍ଷେତ୍ରରେ ଉପେକ୍ଷିତ ହୋଇ ଆସିଛି। ସାମ୍ବିଧାନିକ ଅଧିକାର ହିସାବରେ ଜାତି ଧର୍ମ, ବର୍ଣ୍ଣ ନିର୍ବି ଶେଷରେ ସମସ୍ତଙ୍କୁ ସମଭାଗିଦାର ଭାବରେ ପଥ ସୁଗମ ହୋଇଅଛି। ହେଲେ ଜନ ସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ପଛୁଆ ଜାତି ଏହି ଧାରାରୁ କେବଳ ୫ ପ୍ରତିଶତ ଉପକୃତ ହେଉଛନ୍ତି। ତେଣୁ ଜାରି ଯେତେ ସଂଖ୍ୟା ତା’ର ସେତିକି ଭାଗ ରହିବା ଜରୁରୀ ରହିଛି। ଏବଂ ଆଗାମୀ ଦିନରେ ପଛୁଆ ବର୍ଗର ହକ୍ ଓ ଅଧିକାର ପାଇଁଁ ରଣନୀତି ପ୍ରସ୍ତୁତ ହୋଇ କୋକସରା ମାଟିରୁ ଦିଲ୍ଲୀ ଦରବାରରେ ଆବାଜ ଉଠାଇବା ପାଇଁ ବୈଠକରେ ମତପ୍ରକାଶ ପାଇଛି। ଏହି କ୍ରମରେ ଆସନ୍ତା ୧୬ ତାରିଖରେ ବଡ଼ ଧରଣର ସମାବେଶ ହୋଇବା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.