ଯୁବରେଡକ୍ରସ ତରଫରୁ ବିଶ୍ୱ କର୍କଟ ରୋଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ବିଶ୍ଵ କର୍କଟ ରୋଗ ସଚେତନତା ଦିବସ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ମୁଖ୍ୟଅତିଥି, ପ୍ରାକ୍ତନ ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଗୋପାଳ ଚନ୍ଦ୍ର ପଧାନ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସ୍ଵେଚ୍ଛାସେବୀମାନଙ୍କୁ ନିଶା ମଣିଷର ଛୋଟ ଅଭ୍ୟାସ ଲାଗୁଥିଲେ ହେଁ ପରବର୍ତ୍ତୀ ସମୟରେ କିପରି ପ୍ରାଣଘାତୀ ସାଜିଥାଏ ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପିକା ଡକ୍ଟର ମୋନାଲିଶା ଶତପଥୀ, ଅଧ୍ୟାପିକା ପ୍ରଜ୍ଞା ପରୀମିତା ନାୟକ, ଅଧ୍ୟାପିକା ରଶ୍ମିତା ଭୋଇ ଯୋଗଦେଇ ନିଶା ସେବନ ଦ୍ୱାରା ଲୋକେ କିପରି କର୍କଟ ଭଳି ଆସାଧ୍ୟ ରୋଗରେ ପୀଡିତ ହୋଇ ଅଦିନରେ ମୁତ୍ୟୁ ମୁଖରେ ପଡୁଛନ୍ତି ତେଣୁ କିପରି ଏହି ରୋଗରୁ ନିଜକୁ କିପରି ମୁକ୍ତ କରି ପାରିବେ ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ଡକ୍ଟର ଅଜିତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପରିଶେଷରେ ସ୍ୱେଚ୍ଛାସେବୀମାନେ ସମାଜକୁ ନିଶାମୁକ୍ତ କରିବା ପାଇଁ ଶପଥ ନେଇଥିଲେ।

Oplus_131072
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.