କରମତଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ କରମତଲା ସ୍ଥିତ ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଭାରେ ବିଦ୍ୟାଳୟ ଅଧ୍ୟକ୍ଷ ଦ୍ଵିତୀକୃଷ୍ଣ ପଧାନ ସଭାପତିତ୍ବ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ବିଜ୍ଞାନ ଶିକ୍ଷକ ଜଗଦୀଶଚନ୍ଦ୍ର ମିଶ୍ର ମଞ୍ଚ ସଂଚାଳନ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତନ କୁମାର ରଣା ମୁଖ୍ୟ ଅତିଥି ରହିଥିଲେ। ବିଜେପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଉମେଶଚନ୍ଦ୍ର ଦାଶ ମୁଖ୍ୟ ବକ୍ତା, ସରପଞ୍ଚ ତିଳୋତ୍ତମା ବାଗ, ସମିତି ସଭ୍ୟା ଦହି ଭୋଇ, ଆଲୁମିନି ସଭାପତି ରାଜକିଶୋର ସିଂ ବୁଡ଼େକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ, ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.