ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ବ୍ଲକରେ ଚାଲିଛି ବେଆଇନ ସଟ୍ଟା ଓ ଜୁଆ ଖେଳ। ଲୋକଙ୍କୁ କମ ଟଙ୍କାରେ ଅଧିକ ପାଇବା ନିଶା ଘାରିଛି। ଧର୍ମଗଡର କେତେକ ଲୋକ ଏହି ବେଆଇନ ସଟ୍ଟା ଓ ଜୁଆ ଖେଳରେ ଲିପ୍ତ ଥିବାବେଳେ ଯୁବଗୋଷ୍ଠୀ ପଥଭ୍ରଷ୍ଠ ହେଉଛନ୍ତି। ସଟ୍ଟା ଓ ଜୁଆ ଖେଳି ଅନେକ ଲୋକଙ୍କ ପରିବାର ବର୍ବାଦ ହେଉଛି। ଏହାର ପ୍ରଭାବରେ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢ଼ିବାରେ ଲାଗିଛି। ଅଞ୍ଚଳର ମାଁ ଭଉଣୀ ଓ ମା ସର୍ବମଙ୍ଗଳା ଗୋଷ୍ଠୀ ଶିଘ୍ର ଏହି ସଟ୍ଟା ଓ ଜୁଆ ଖେଳ ବନ୍ଦ କରିବାକୁ ଚେତାବନି ଦେଇଛନ୍ତି। ଯଦି ଏହି ବେନିୟମ ଖେଳ ବନ୍ଦ ନହୁଏ ତେବେ ସେମାନେ ବାଦ୍ଧ୍ୟ ହୋଇ ଥାନା ଘେରାଉ କରିବାକୁ କହିଛନ୍ତି।