ବିଶ୍ୱ ପୁସ୍ତକ ମେଳାରେ ଉନ୍ମୋଚିତ ହେଲା ‘ଏକ ବାର୍ ଦିବାର୍ ବନ୍ ଗୟେ ତୋ’ କବିତା ପୁସ୍ତକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସମ୍ପ୍ରତି ନୂଆ ଦିଲ୍ଲୀ ଠାରେ ଚାଲିଥିବା ବିଶ୍ବ ପୁସ୍ତକ ମେଳାରେ ବିଶିଷ୍ଟ ଅନୁବାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଦ୍ବାରା ଅନୁଦିତ ପୁରୀର ବରିଷ୍ଠ କବି ଶୈଳବାଳା ମହାପାତ୍ରଙ୍କର କବିତା ପୁସ୍ତକ ‘ଏକ୍ ବାର୍ ଦିବାର୍ ବନ୍ ଗୟେ ତୋ’ ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଉନ୍ମୋଚିତ ହୋଇ ଯାଇଛି। ପ୍ରଲେକ ପ୍ରକାଶନ ଦ୍ବାରା ପ୍ରକାଶିତ ଏହି ମନୋଜ୍ଞ କବିତା ପୁସ୍ତକଟିକୁ ହିନ୍ଦୀର ବିଶିଷ୍ଟ କବି ତଥା ଭାରତୀୟ ଜ୍ଞାନପୀଠର ପୂର୍ବତନ ନିର୍ଦ୍ଦେଶକ ଲୀଳାଧର ମାଣ୍ଡଲୋଇ ଏବଂ ପ୍ରଫେସର ଦିବିକ୍ ରମେଶ ଉନ୍ମୋଚନ କରିଥିଲେ।

Omkar Vasthu
Omkar Vasthu

ଏହି ଉତ୍ସବରେ ହିନ୍ଦୀ ଓ ଓଡ଼ିଆ ଭାଷାର ବିଶିଷ୍ଟ କବିଗଣ ଭାରତ ଭୂଷଣ ଆର୍ଯ୍ଯ, ସୁରେଶ ଉନିଆଲ, ରାଜେନ୍ଦ୍ର ଉପାଧ୍ଯାୟ, ରଜନୀକାନ୍ତ ଶୁକ୍ଳ, ସୁନୀଲ ସାକ୍ସେନା ,ମନୀଷ ଜୈନ ,ସୁଧା ଚୌବେ, ମାନସ ରଞ୍ଜନ ମହାପାତ୍ର, ବିରଜା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ପ୍ରକାଶିତ ପୁସ୍ତକର ଏକ ପ୍ରତି ସାହିତ୍ଯ ଏକାଡେମୀ ଦ୍ଵାରା ପ୍ରକାଶିତ ସମକାଳୀନ ଭାରତୀୟ ସାହିତ୍ଯର ସମ୍ପାଦକ ବିଶିଷ୍ଟ କଥାକାର ବଳରାମଙ୍କୁ କବି ଉପହାର ଦେଇଥିଲେ। ନ୍ୟାସନାଲ ବୁକ ଟ୍ରଷ୍ଟର ଇଂରାଜୀ ସମ୍ପାଦକ ଦ୍ୱିଜେନ୍ଦ୍ର କୁମାର ତଥା ପୁସ୍ତକର ପ୍ରକାଶକ ଜିତେନ୍ଦ୍ର ପାତ୍ର ସମେତ ବହୁ ସାହିତ୍ୟପ୍ରେମୀ ସେଠାରେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.