ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଦୋରା ସମାଜର ନୂତନ କମିଟି ଗଠିତ ହୋଇ ଯାଇଛି। ଦୋରା ଏକ ସମ୍ପ୍ରଦାୟ ହୋଇଥିବା ବେଳେ ଏହାର ସମସାମୟୀକ ସମ୍ପ୍ରଦାୟ ଗୁଡ଼ିକକୁ ସରକାର ଆଦିବାସୀ ମାନ୍ୟତା ଦେଇସାରିଛନ୍ତି । ହେଲେ ଦୀର୍ଘ ବର୍ଷରୁ ଅବହେଲିତ ହୋଇ ସରକାରଙ୍କ ଦୃଷ୍ଟି ଆଢୁଅଅଳରେ ଥିବା ଏହି ଦୋରା ସମାଜ ବହୁ ଦିନରୁ ଦାବୀ କରି ଆସୁଥିଲେ ମଧ୍ୟ ସରକାର ଏମାନଙ୍କୁ ଆଦିବାସୀର ମାନ୍ୟତା ଦେଇନଥିବାରୁ ସଂଗ୍ରାମକୁ ଜାରି ରଖିଛି ନର୍ଲା ଦୋରା ସମାଜ । ନର୍ଲା ଅଞ୍ଚଳରେ ରହିଥିବା ୧୩ ଗୋଟି ରାଜସ୍ୱ ଗ୍ରାମର ଦୋରା ମାନଙ୍କୁ ନେଇ ଗଠିତ ହୋଇଛି ନର୍ଲା ଦୋରା ସମାଜ । ଗତ ୫ ବର୍ଷ ଧରି ଏହି ସମାଜର ସଭାପତି ଭାବରେ କାର୍ଯ୍ୟରତ ଥିଲେ ବୀରକିଶୋର ଦୋରା । କାର୍ଯ୍ୟକାଳ ପୁର୍ତ୍ତି ହୋଇଯିବା ପରେ ଏକ କାଳୀନ ସମସ୍ତ ପଦାଧିକାରୀ କର୍ମକର୍ତ୍ତା ଇସ୍ତଫା ପ୍ରଦାନ କରିଥିଲେ । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସମାଜରେ ଅଦ୍ୟାବଧି ରହିଥିବା ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ବିଷୟରେ ଆଲୋଚନା କରାଯାଇ ମତାମତ ନିଆଯାଇଥିଲା । ଏହାପରେ ସମାଜ ପରିଚାଳନା ପାଇଁ କମିଟି ଗଠନ କରାଯାଇଛ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ନୂତନ କମିଟି କର୍ମକର୍ତ୍ତା ଚୟନ ପ୍ରକ୍ରିୟାକୁ ପରିଚାଳନା କରିବା ପାଇଁ ଜିଲ୍ଲା ଦୋରା ମହାସଂଘର ସଭାପତି ଦଶରଥ ପାତ୍ର, କୋଷାଧ୍ୟକ୍ଷ ଥବିର ଦୋରା ଓ ଲାଞ୍ଜିଗଡ ମଣ୍ଡଳ ସଭାପତି ବିଶିକେଶନ ଆର୍ଯ୍ୟା ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିଲେ । ନୂତନ ସଭାପତି ଭାବରେ ସୁଦର୍ଶନ ଦୋରା ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ସେହିଭଳି ଉପସଭାପତି ଭାବରେ ରାମାରାଓ ଦୋରା, ସମ୍ପାଦକ ଭାବରେ ମଧୁସୂଦନ ଦୋରା, ସହସମ୍ପାଦକ ଭାବରେ ଗୋବିନ୍ଦ ପାତ୍ର, କୋଷାଧ୍ୟକ୍ଷ ଭାବରେ ସରୋଜ କୁମାର ଦୋରା, ମଣ୍ଡଳ ନାୟକ ଭାବରେ ଉପେନ୍ଦ୍ର ଦୋରା, ଦଳବେହେରା ଭାବରେ ବୁଡୁ ଦୋରା ଓ ସଂଯୋଜକ ଭାବରେ ଖଗେଶ୍ୱର ଦୋରା ପ୍ରମୁଖ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ସମ୍ପନ୍ନ ହୋଇଥିବାରୁ କାର୍ଯକ୍ରମ ଶେଷରେ ବୀରକିଶୋର ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।