ଲକ୍ଷ୍ମୀ ବସକୁ ପଛପଟୁ ପିଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତିଲେ ଯାତ୍ରୀ ଓ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆ ଭଟ୍ଟା ଛକ ନିକଟରେ ଲକ୍ଷ୍ମୀ ବସ୍ କୁ ଗଣେଶ ଇଙ୍ଗଲିଶ ମିଡିୟମ ସ୍କୁଲ ବସ ପଛରେ ଧକ୍କା ଦେବା ଫଳରେ ଦୁଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସ୍ ରେ ବସିଥିବା ଯାତ୍ରୀ ଓ ଛାତ୍ରଛାତ୍ରୀ। ଆଜ ସ୍କୁଲ ରୁ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ଧରି ବାନେର ଗଣେଶ ଇଙ୍ଗଲିଶ ମିଡିୟମ ସ୍କୁଲ ବସ ଜୟପାଟଣା ପଟେ ଯାଉଥିବା ବେଳେ ଖଲିଆ ଭଟ୍ଟା ଛକ ନିକଟରେ ଆଗରେ ଯାଉଥିବା ଲକ୍ଷ୍ମୀ ବସ୍ ବ୍ରେକ ମାରିବାରୁ ପଛରେ ଥିବା ସ୍କୁଲ ବସ୍ ଧକ୍କା ଦେଇଥିଲା। ଏଥିରେ କିଛି ଛାତ୍ରଛାତ୍ରୀ ଓ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ଆହାତ ଛାତ୍ରଛାତ୍ରୀ ଓ ଯାତ୍ରୀଙ୍କୁ ଜୟପାଟଣା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠଯାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ଓ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ଏହି ଦୁର୍ଘଟଣାର ପୋଲିସ ତଦନ୍ତ ପରେ ଅସଲ ରହସ୍ୟ ଉନ୍ମୋଚିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.