ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ସ୍କୁଲରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବଲାଙ୍ଗୀର ଆନୁକୂଲ୍ୟରେ ଫାଇଲେରିଆ ରୋଗର ନିରାକରଣ ଲକ୍ଷ୍ୟରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସ୍କୁଲ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସଫଳା ଖମାରୀ, ମୋଟିଭେଟର ଉର୍ମିଳା ତାଣ୍ଡି ଅତିଥି ଭାବେ ଯୋଗଦେଇ ଫାଇଲେରିଆ ନିରାକରଣ ଅଭିଯାନ ସମ୍ବନ୍ଧରେ ବୁଝାଇଥିଲେ | ଶିକ୍ଷକ ଦିଲୀପ ମିର୍ଦ୍ଧା, ପ୍ରହ୍ଲାଦ ସିନ୍ଧ୍ରୀଆ, ଶିକ୍ଷୟିତ୍ରୀ ବନ୍ଦନା ରଣା, ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ ମଞ୍ଚାସିନ ରହିଥିଲେ | ସଭା ପରେ ଅଭିଭାବକଙ୍କ ଉପସ୍ଥିତିରେ ଆଶାକର୍ମୀ ମଞ୍ଜୁଲତା ବଗର୍ତ୍ତୀ, ସିଆରପିସିଏମ ସନ୍ତୋଷିନୀ ରାଜପଲିଆ ଛାତ୍ରଛାତ୍ରୀଙ୍କୁ ଔଷଧ ସେବନ କରାଇଥିଲେ | ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.