ପଞ୍ଚପଲ୍ଲୀ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପଲମ ପଞ୍ଚାୟତ ସ୍ଥିତ ଖଇରମାଲ ଗ୍ରାମର ପଞ୍ଚପଲ୍ଲୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶାନ୍ତିବନଠାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତା ବେଣୁଧର ଧରୁଆ, ସମ୍ମାନିତ ଅତିଥି ଭାବେ ହେମ ସାଗର ସାହୁ, ତ୍ରିଲୋଚନ ପଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ବିଦ୍ୟାଳୟ ୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ବିଦ୍ୟାଳୟରେ ଖଇରମାଳ, ସାଲେଉଟା, କେନ୍ଦୁବାହାଲି, ଥାପେନ ଆଦି ଗ୍ରାମର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲା ଯାଇଥିଲା। ଏଥିରେ ପ୍ରାୟ ୪୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିଲେ। ବିଦ୍ୟାଳୟରେ ଶିକ୍ଷକତା କରିଥିବା ରାଜିବ ଲୋଚ଼ନ ଗହିର, ମିନକେତନ ବେହେରା, ଛନ୍ଧାଚରଣ ଧରୁଆ, ସୁରେଶ ବାଗ, ଡୋଲାମଣି ବେହେରା, ପ୍ରେମେନ୍ଦ୍ର କୁମାର ଗହିର ଓ ଜ୍ଞାନେନ୍ଦ୍ର ଗହିର ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିଦ୍ୟାଳୟର ଉଦ୍ୟୋକ୍ତାବୃନ୍ଦ ସ୍ବର୍ଗତ ଗୈାର ଚ଼ନ୍ଦ୍ର ଗହିର, ଦିନବନ୍ଧୁ ସାହୁ, ପାଣ୍ଡବ ମାଝୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ପ୍ରତ୍ୟେକ ଅତିଥି ଏବଂ ଶିକ୍ଷକ ମାନଙ୍କୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସମସ୍ତ ଶିକ୍ଷକ ଓ ଅତିଥିମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.