ଯୁବକକୁ ନିର୍ମମ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦେବା ଘଟଣା; ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୀତା ଭବନ ଚିର୍କା ଯିବା କେନାଲ ରାସ୍ତାର ଏକ ଖଲା ପାଖରେ ଥିବା ପୋଖରୀରେ ଜୟପାଟଣା ବ୍ଲକ ପଡା ସୀତାରାମ ନାଏକଙ୍କ ବଡ଼ ପୁଅ ପ୍ରମୋଦ ନାଏକ (୩୧) ଙ୍କୁ ଗତ ୭ ତାରିଖରେ ହତ୍ୟା କରି ଫିଙ୍ଗି ଦେଇଥିବା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏନେଇ ଧର୍ମଗଡ଼ ଏସଡିପିଓ ମନୋଜ ବେହେରା ଓ ଜୟପାଟଣା ଥାନା ଅଧିକାରୀ ଶେଷଦେବ ପ୍ରେସମିଟ ମାଧ୍ୟମରେ ସୁଚନା ଦେଇଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେନ୍ଦ୍ର ସାହୁ ଓ ସହଯୋଗୀ ମହେଶ ଦାସ ଓରଫ ମଣ୍ଟୁକୁ କୋର୍ଟ ଚାଲାଣ କରାଯାଇଛି। ପୂର୍ବ ଶତ୍ରୁତା ନେଇ ଉକ୍ତ ହତ୍ୟାକାଣ୍ଡ କରିଥିବା ସୁଚନା ମିଳିଥିବାବେଳେ ଏଥିରେ ଆଉ କିଏ କିଏ ସାମିଲ ରହିଛନ୍ତି ତହା ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ଆହୁରି ତଦନ୍ତ କରାଯିବ ପୋଲିସ ପକ୍ଷରୁ ସୁଚନା ମିଳିଛି। ପରିବାର ଲୋକେ ଉକ୍ତ ହତ୍ୟାକାଣ୍ଡରେ ଅଧିକ ଲୋକ ସାମିଲ ଥିବା ନେଇ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.