ଅଟ୍ଟାଙ୍ଗଗୁଡା କ୍ଲଷ୍ଟର ପକ୍ଷରୁ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସଦର ବ୍ଲକ ଅନ୍ତର୍ଗତ ଅଟ୍ଟାଙ୍ଗଗୁଡା କ୍ଲଷ୍ଟର ପକ୍ଷରୁ କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ସିର୍ଲି ଗୁଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଦୁଆର୍ସୁନି ସରପଞ୍ଚ କୈଳାସ ନାଏକ, ଶିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରି ପ୍ରେମ ମଞ୍ଜରୀ ଶବର, ଟିଟିଖୋଲା ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ବିଶ୍ଵନାଥ ପଣ୍ଡା, ବରିଷ୍ଠ ଶିକ୍ଷକ ଅରୁଣ ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୭ଟି ବିଦ୍ୟାଳୟରୁ ୧୦ଜଣ ଲେଖାଏଁ ଛାତ୍ରଛାତ୍ରୀ ଗାଇଡ ଶିକ୍ଷକଙ୍କ ସହ ଯୋଗଦେଇଥିଲେ। ମେଳାରେ ସାକ୍ଷରତା, ସଂଖ୍ୟାଜ୍ଞାନ, ସୃଜନାତ୍ମକ ଓ ମତାମତ ଷ୍ଟଲରେ ଛାତ୍ରଛାତ୍ରୀମାନେ ନିଜର ପ୍ରକଳ୍ପ ସବୁକୁ ଉପସ୍ଥାପନ କରିଥିଲେ। ବକ୍ତୃତା, ହସ୍ତଶିଳ୍ପ, ଚିତ୍ରାଙ୍କନ, ଶ୍ରେଷ୍ଠ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରକଳ୍ପରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଶିକ୍ଷକ ରବୀନ୍ଦ୍ର ମହାନ୍ତି, ପୂର୍ଣ୍ଣିମା ଭୋଇ, ହିଙ୍ଗରାଜ ହରିଜନ, ମହେଶ୍ୱର ଗଉଡ, ମାମିନ ସାହୁ, ଲକପତି ଗଉଡ, ସୂର୍ଯ୍ୟ ନାରାୟଣ ଦାଶ, ସରିତା ମହାପାତ୍ର, ସଂଘମିତ୍ରା ପଣ୍ଡା, ରାଜକୁମାରୀ ଶବର, ସିର୍ଲିଗୁଡ଼ା ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.