ଭକ୍ତ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ନିଯୁକ୍ତ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ କମିଟି (ପିସିସି) ସଭାପତି ନିଯୁକ୍ତ କରାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତିଙ୍କ ଅନୁମୋଦନ ପରେ ମଙ୍ଗଳବାର ଦିନ ସାଧାରଣ ସଂପାଦକ କେସି ବେଣୁଗୋପାଳ  ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଭକ୍ତ ଦାସ ୧୯୮୫ ମସିହାରେ ଭବାନୀପାଟଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ୧୯୮୯, ୧୯୯୬ ଓ ୨୦୦୯ରେ ସାଂସଦ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ, ଏଆଇସିସି ସାଧାରଣ ସଂପାଦକ ଓ ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ବ ତୁଲାଇବାରେ ଭକ୍ତ ଦାସଙ୍କ ଅଭିଜ୍ଞତା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.