ଧରପଗଡ଼ ସମଲେଶ୍ୱରୀ ଶିଶୁ ବିଦ୍ୟା ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ସମଲେଶ୍ୱରୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଧରପଗଡ଼ ସରପଞ୍ଚ  ଗୀତାଞ୍ଜଳି ପଣ୍ଡା, ସମିତି ସଭ୍ୟ ରାକେଶ ନାୟକ, ବନ କର୍ମଚାରୀ ରାଜକୁମାର ବିଶି, ମୁଖ୍ୟ ବକ୍ତା ଭାବେ ଦେଓଗାଁ ମହାବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ, ଜିଲ୍ଲା ସଂଯୋଜକ କୃପାସିନ୍ଧୁ ପୁଟେଲ, ସମ୍ପାଦକ ବିଜୟ କୁମାର ବିଶି ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଧାନ ଆଚାର୍ଯ୍ୟ କ୍ଷୀରସିନ୍ଧୁ ମାଝୀ ସଭାର ସଭାପତିତ୍ୱ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଶେଷରେ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଆଚାର୍ଯ୍ୟ ପ୍ରଭାତ ବାବୁ, ଅଚ୍ୟୁତ ମାଝୀ, ଆଶିଷ ସିଂ ଏବଂ ଆଚାର୍ଯ୍ୟା ସୁଜାତା, ନୁରୁଲତା, ପ୍ରମୋଦିନୀ, ଉର୍ବଶୀ, ସୋନିଆ ଓ ରୁବି ଦଣ୍ଡସେନା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.