ଶ୍ରମିକ ସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଓ ଶ୍ରମ ଆଇନରେ ଥିବା ଅଧିକାର ଏବଂ ସୁବିଧା-ସୁଯୋଗ ଉପରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ଉଭୟ ଭାରତ ସରକାର ଏବଂ ଓଡିଶା ସରକାର ତରଫରୁ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ରହିଥିବା ସାମ୍ବିଧାନିକ ଅଧିକାର ସହ ଅନ୍ୟାନ୍ୟ ସୁବିଧା ଓ ସୁଯୋଗ ଉପରେ ଜିଲ୍ଲାର ସମସ୍ତ ଶ୍ରମିକ ତଥା ଜନସାଧାରଣଙ୍କୁ ସଚେତନତା କରାଇବ ଏହି ଶ୍ରମିକ ସଚେତନତା ରଥ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ତତ୍ୱାବଧାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରମିକ ସଚେତନତା ପ୍ରଚାର ରଥକୁ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ। ଉପଜିଲ୍ଲାପାଳ ଡ. ସୌମ୍ୟାରୁପା ରଥ ତଥା ଜିଲ୍ଲାସ୍ତରୀୟ ଅଧିକାରୀ, ବିଭଗୀୟ ଅଧିକାରୀ, କର୍ମଚାରୀ ସହ, ଜିଲ୍ଲା ଶ୍ରମିକ ସଂଘର କର୍ମକର୍ତ୍ତା, ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ରଥ ଜିଲ୍ଲାର ୬ଟି ବ୍ଲକର ପ୍ରମୁଖ ସ୍ଥାନ ସହ ଜିଲ୍ଲାର ବିଭିନ୍ନ ବ୍ଲକର ଶ୍ରମିକ ଚାଲାଣ ପ୍ରବଣ ଅଞ୍ଚଳ ପରିକ୍ରମା କରିବା ସହ ଜନସାଧାରଣଙ୍କୁ ପ୍ରବାସୀ ଶ୍ରମ ଆଇନ ତଥା ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ଓ ଅଧିକାର ଉପରେ ସଚେତନ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.