ନବମ କ୍ଲଷ୍ଟର ସ୍ତରୀୟ ବୈଠକ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ(ପଞ୍ଚାନନ ଭୋଇ):
ନବମ କ୍ଲଷ୍ଟର ସ୍ତରୀୟ ବୈଠକ ବଡବନ୍ଧ ସାଧନ କେନ୍ଦ୍ର ଅନ୍ତର୍ଗତ ବଡବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲୁଚନ ଛତ୍ରିଆଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ସହକାରୀ ଶିକ୍ଷକ ଶ୍ରୀମାନ କୈଲାସ ଚନ୍ଦ୍ର ଭୋଇ ପ୍ରଶିକ୍ଷକ ଭାବେ ଯୋଗଦେଇ ଫେବ୍ରୁଆରି ମାସର ଶୈକ୍ଷିକ କ୍ୟାଲେଣ୍ଡର, ସଂଖ୍ଯାଜ୍ଞାନ ପାଠ ଯୋଜନା, ଭାଷା ଶିକ୍ଷଣ ର ନମୁନା ପାଠ ଯୋଜନା, ଟ୍ରାକର ଆଦି ବିଷୟ ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରଧାନ ଶିକ୍ଷକ ଦେବାନନ୍ଦ ନିଷାଦ, ରବିଚନ୍ଦ୍ର ବୁଡେକ, ହୋଲିଶ୍ବର ଧରୁଆ, କ୍ଷମାନିଧୀ ପଧାନ ପ୍ରମୁଖ ଯୋଗଦେଇଥିଲେ। ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସୁସାନ୍ତ ସାହୁ, ଜ୍ୟୋସ୍ନା ଷାଣ୍ଢ, ଜ୍ୟୋତିଲାଲ ସାହୁ, ସସ୍ମିତା ସେଠ, ମଧୁସୂଦନ ଭୋଇ, ସୁଜିତ କୁମାର ମିଶ୍ର, ଆଲୋକିନୀ ପଧାନ, ତୃପ୍ତିମୟି ପଧାନ, ବବିତା ମେହେର, ଅମ୍ବିକା କୁମ୍ଭାର, କୁବେର ମଲ୍ଲିକ, ଅଚ୍ୟୁତ ପଧାନ ପ୍ରମୁଖ ଯୋଗଦେଇଥିଲେ। ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିନାୟକ ଥନାପତି ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.