ସୁବର୍ଣ୍ଣପୁର ଜିଲ୍ଲାର ମେଣ୍ଡାକୁ ବ୍ଲକ ଘୋଷଣା ଦାବିରେ ବୈଠକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ସର୍ବବୃହତ ଗ୍ରାମ ଭାବରେ ପରିଚିତ ମେଣ୍ଡା ଗାଁକୁ ନୂତନ ବ୍ଲକ ଗଠନ ଦାବିରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମେଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ସଭାରେ ମେଣ୍ଡା ତଥା ଆଖପାଖ ଅଂଚଳର ଶତାଧିକ ଲୋକ ଯୋଗ ଦେଇଥିଲେ। ମୁକୁନ୍ଦ ସାହୁଙ୍କ ସଭାପତିତ୍ୱ ରେ ଅନିଷ୍ଠିତ ଏହି ସଭା ରେ ସନାତନ କର୍ମୀ ସ୍ୱାଗତ ଭାଷଣ ଦେଇଥିବେଳେ ନରୋତ୍ତମ ମଲ୍ଲିକ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ। ମେଣ୍ଡା ଗାଁ ଭୌଗୋଳିକ, ଗମନାଗମନ, ଜନସଂଖ୍ୟା ଦୃଷ୍ଟିକୋଣରୁ ବ୍ଲକ ହେବାପାଇଁ ଯୋଗ୍ୟ ହୋଇଥିବା ବେଳେ ଦେଉଳପଦର, ରାଣିସର୍ଡା ପାଇକବାହାଲ, ପୁଆ, ଜରାଜାରିଙ୍ଗ, ନାରାୟଣପୁର, ବଲାଡି, ଛକୋରମାଲ, ଶିବତଲା ପ୍ରମୁଖ ଗ୍ରାମପଞ୍ଚାୟତ କୁ ନେଇ ନୂତନ ମେଣ୍ଡା ବ୍ଲକ ଗଠନ ପାଇଁ ଦାବି କରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଯାଇଥିଲା। ଏକ କମିଟି ଗଠନ ଶହ ଆଗାମୀ ଦିନରେ ଏହି କମିଟି ଉପରୋକ୍ତ ଗ୍ରାମପଞ୍ଚାୟତର ଜନପ୍ରତିନିଧି ମାନଙ୍କ ଠାରୁ ସମ୍ମତି ପତ୍ର ଆଣିବାପାଇଁ ପ୍ରସ୍ତାବ କରାଯାଇଥିଲା । ଆଗାମୀ ଦିନରେ ମେଣ୍ଡା କୁ ବ୍ଲକ ଘୋଷଣା ଦାବିକୁ ଆହୁରି ଜୋରଦାର କରାଯିବ ଶହ ବିଡ଼ିଓ, ଜିଲ୍ଲାପାଳ, ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭିନ୍ନ ମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପନା କରାଯିବା ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ କ୍ଷମାନିଧି ଝାଙ୍କର, ରାଜୀବ ଯୋଶୀ, ଭୁବନାନନ୍ଦ ବାଦୀ, ବିଭୁତି ଝାଙ୍କର, ଡ଼ୁବୁଲ ଦଣ୍ଡସେନା, ଗୋପାଳ କର୍ମୀ, ରାଜେନ୍ଦ୍ର ପଣ୍ଡା, କିଶୋର ପଣ୍ଡା, ସିଦ୍ଧାର୍ଥ ଅଗ୍ରୱାଲ, ହୃଷିକେଶ ପାତ୍ର ଙ୍କ ଶହ ଶତାଧିକ ବ୍ୟକ୍ତି ଯୋଗଦାନ କାରୀ ନିଜର ମତ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.