ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପୁରଣ ଦାବି ନେଇ ଭବାନୀପାଟଣାର ହଲିଆପଡାରେ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦେଶ ସ୍ୱାଧୀନ ହୋଇ ୭୬ବର୍ଷ ପରେ ବି ଗରିବମାନେ ବଡ କଷ୍ଟରେ ବଞ୍ଚୁଛନ୍ତି। ପେଟ ପାଇଁ କଣ ନ କରିବାକୁ ପଡୁଛି। ନିର୍ବାଚନ ସମୟରେ ବିଜେପି ଦଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରତିଶୃତି ଦେବା ପରେ ଗରିବ ଓ ଅବହେଳିତ ଭତ୍ତାଧିକାରୀମାନେ ଭୋଟ ଦେଲେ ଓ ମୋହନ ସରକାର ଗଠନ ହେଲା।

କିନ୍ତୁ ସରକାରର ୮ମାସ ପରେ ବି ରାଜ୍ଯରେ ୫୭ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ୩୦୦୦ଟଙ୍କା ପାଇବା ପାଇଁ ଚାହିଁ ବସିଛନ୍ତି। ତେଣୁ ହଲିଆ ପଡା ଠରେ ମୁନିସିପାଲିଟି ତରଫରୁ ଭତ୍ତା ଟଙ୍କା ବାଣ୍ଟିବା ସମୟରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଭବାନୀପାଟଣା ମୁନିସିପାଲିଟିର ୱାର୍ଡ ନଂ-୧୮ ଅନ୍ତର୍ଗତ ଜୋର ପଡା ଓ କରନପିଟାର ୧୦୦ରୁ ଉର୍ଦ୍ଧ୍ବ ୬୦ବର୍ଷରୁ ଉର୍ଦ୍ଧ୍ବ ବଢାବୁଢି, ବିଧବା, ଅବିବାହିତା ମହିଳା ଓ ୪୦% ଉର୍ଦ୍ଧ୍ବ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କୁ ନେଇ ହଲିଆପଡାରେ ଏକ ସଭାର ଆୟୋଜନ ହୋଇଯାଇଅଛି।

ବୈଠକରେ ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦାନ ଦେବା ସହ ଯେଉଁମାନେ ଭତ୍ତା ୧୦୦୦ଟଙ୍କା ପାଉଛନ୍ତି ସେମାନେ ଗରିବ ଓ ଅବହେଳିତ ନୁହଁନ୍ତି କି ପ୍ରଶ୍ନ କରିଛନ୍ତି? ଗଣତନ୍ତ୍ରରେ ଜନତା ଜନାର୍ଦ୍ଦନ କହନ୍ତି କିନ୍ତୁ ଏଠାରେ ସରକାର ନିଜର ପ୍ରତିଶ୍ରୁତି ପାଳନ କରି ପାରୁନାହାନ୍ତି, ତ ଏଠି ଜନତାର ଅସୁବିଧା କଣ ଶୁଣିବେ ବୋଲି କହିଛନ୍ତି। ଆସନ୍ତା ୧୭ ତାରିଖରର ହେବାକୁ ଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ସମୟରେ ମୋହନ ସରକାର ନିଜର ପ୍ରକୃତ ପ୍ରତିଶୃତି ପାଳନ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କା ଦେବା ପାଇଁ ବଜେଟ୍ ରେ ଉପସ୍ଥାପନ କରନ୍ତୁ ନଚେତ୍ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

ବରିଷ୍ଠ ସଦସ୍ଯ ନିରୋଦ କୁମାର ରାଉତ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ, ଆଇନଜୀବୀ କ୍ଷୀରୋଦ ନାଗ, ବିଶ୍ୱନାଥ ବାଗ, ମନୋରଞ୍ଜନ ରୟ ଓ ମଧୁଲାଲ ନାଏକ ଉଦବୋଧନ ଦେବା ସହ ସମସ୍ତ ମିଶି ଆଗାମୀ ଦିନରେ ଜୋରଦାର ଲଢେଇ ହେବ ବୋଲି କହିଥିଲେ। ଏହି ବୈଠକକୁ ସଫଳ କରିବା ପାଇଁ ଭବାନୀ ରାଉତ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.