ବାଙ୍କେଲ ୟଙ୍ଗ ଷ୍ଟାର କ୍ରିକେଟ କମିଟି ତରଫରୁ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ବାଙ୍କେଲ ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବାଙ୍କେଲ ୟଙ୍ଗ ଷ୍ଟାର କ୍ରିକେଟ କମିଟି ତରଫରୁ ଗାଁ ପଡ଼ିଆରେ ଗତ ୧୨/୨ ରୁ ଆରମ୍ଭ ହେଇଥିଲା ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ ସମୁଦାୟ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ। ରବିବାର ୧୬/୨ ଏହାର ଫାଇନାଲ ମ୍ୟାଚ ଆୟୋଜକ ବାଙ୍କେଲ ଏକାଦଶ ଓ ଧାରପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଧାରପୁର ଟସ ଜିଣି ପ୍ରଥମ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ ହରାଇ ୧୦୯ ରନ କରିଥିଲା। ଜବାବରେ ବାଙ୍କେଲ ଏକାଦଶ ଧୁଆଁଧାର ବ୍ୟାଟିଂ କରି ମାତ୍ର ୨ ୱିକେଟ ହରାଇ ୭.୨ ଓଭରରେ ଲକ୍ଷ୍ୟ ହାସଲ କରି ୯ ୱିକେଟ ରେ ବିଜୟୀ ହୋଇଥିଲା। ବିଜୟ ସା ଏଵଂ ନେତ୍ର ଭୋଇ ଅମ୍ପାୟର ଭାବରେ ଫାଇନାଲ ମ୍ୟାଚ ପରିଚାଳନା କରିଥିବା ବେଳେ ଝୁନା ସ୍କୋରବୋର୍ଡ ଦାୟୀତ୍ବ ସମ୍ଭାଳିଥିଲେ। ସନ୍ଧ୍ୟା ୫ ଘଣ୍ଟା ସମୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମୁଖ୍ୟ ଅତିଥି, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ଯୁବ ଉଦ୍ଦ୍ୟୋକ୍ତା ବିମଲ କୁମାର କେଡିଆ, ହମେଶ କୁମାର ଜୈନ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଧାରପୁରର ରାମ ଗଉଡଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଖୁସି ପୁଟେଲଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରିଥିଲେ। ଉପ ବିଜେତା ଧାରପୁର ଏକାଦଶକୁ ରନର୍ସ ଅଫ ଟ୍ରଫି ସହ ନଗଦ ରାଶି ୧୦,୦୦୦ ଟଙ୍କା ଓ ଚାମ୍ପିଅନ ବାଙ୍କେଲ ଏକାଦଶକୁ ବିଜୟୀ ଟ୍ରଫି ସହ ନଗଦ ରାଶି ୨୦,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ଅତିଥି ବୃନ୍ଦ। ୟଙ୍ଗ ଷ୍ଟାର କ୍ରିକେଟ କମିଟିର ବରିଷ୍ଠ ସଦସ୍ୟ ଟଙ୍କ, ଟିଙ୍କୁ, ଧୁବଲେ, ପିଣ୍ଟୁ, ଖୁସି, ଅମୂଲ୍ୟ, ନିପୁ, ବିଶ୍ଵ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ବହୁତ ଶୃଂଖଳା ଓ ସଫଳତାର ସହିତ ଟୁର୍ଣ୍ଣାମେଣ୍ଟ ଟି ସମାପନ ହୋଇଥିବାରୁ ବାଙ୍କେଲ ୟଙ୍ଗ ଷ୍ଟାର କ୍ରିକେଟ କମିଟିର ସଭାପତି ଗ୍ରାମବାସୀ, ସଦସ୍ୟ ବୃନ୍ଦ ଓ ସହଯୋଗୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.