ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): କାଲିଥିଲା ବିବାହ ବାର୍ଷିକ ଆଉ ଆଜି ସେ ଆରପାରିରେ । ବଡ଼ ଧୁମ୍ଧାମ୍ରେ ହସଖୁସିରେ ନିଜ ସ୍ତ୍ରୀ ଓ ପିଲା ଛୁଆଙ୍କ ସହ ବିବାହ ବାର୍ଷିକ ପାଳନ କରିଥିଲେ । ଆଉ ଆଜି ଦୁର୍ଘଟଣାରେ ପ୍ରାଣ ହରାଇ ଆର ପାରିରେ । ହଁ ଆଜ୍ଞା ଆମେ କହୁଛୁ ବଲାଙ୍ଗିର ପୁଇଁନ୍ତଲା ଥାନା ଅନ୍ତର୍ଗତ ରଣ୍ଡା ଗ୍ରାମର ଶଶିଭୂଷଣ ସାହୁଙ୍କ କଥା । ଶଶିଭୂଷଣ ଜଣେ ଫାଇନାନ୍ସ କର୍ମଚାରୀ ଥିବା ବେଳେ କାଲିଥିଲା ତାଙ୍କ ବିବାହ ବାର୍ଷିକ ସେଥିପାଇଁ ସେ ଓ ତାଙ୍କ ସ୍ତ୍ରୀ ଦୁହି ପିଲା ଛୁଆଙ୍କ ସହ ବଡ଼ ଧୁମ୍ଧମା୍ରେ ପାଳନ କରିଥିଲେ ତାଙ୍କ ବିବାହ ବାର୍ଷିକ। ହସଖୁସିରେ ତାଙ୍କ ସୋସିଆଲ ମିଡ଼ିଆରେ ହେପି ଏନ୍ଭର୍ସରୀ କହିକି ଷ୍ଟାଟସ୍ ବି ଲଗାଇଥିଲେ ଶଶିଭୂଷଣ । ଆଉ ବାହାରି ପଡ଼ିଥିଲେ ସର୍ମ୍ପକୀୟଙ୍କ ବାହାଘରର ବରଯାତ୍ରୀ ପାଇଁ । ବରଯାତ୍ରୀ ଭୋଜିଭାତ ଖାଇସାରି ବଲାଙ୍ଗିର ରୁ ଘରକୁ ଫେରୁଥିଲେ । ଠିକ୍ ଏତିକି ବେଳେ ମଲମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଜମ ଅଟକିଥିବା ଭଳି ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଆଉ ଧକ୍କା ଦେଇ କୁଆଡେ଼ ଫେରାର୍ ମାରିଥିବା ବେଳେ ଘଟଣା ସ୍ଥଳରେ ତାଙ୍କ ଗାଡ଼ି ଚୁର୍ମାର ହୋଇଯିବା ସହ ତାଙ୍କ ଜୀବନ ଚାଲିଯାଇଥିଲା । ଏପଟେ ଘରେ ଦୁଇ ଛୁଆଙ୍କୁ ଧରି ଶଶିଭୂଷଣର ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ । ପରେ ଖବର ପାଇବା ପରେ ସ୍ତ୍ରୀ ସହ ଦୁଇ ଛୁଆ ଓ ତାଙ୍କ ପରିବାରବର୍ଗ ବନ୍ଧୁବାନ୍ଧବ ଙ୍କ ପାଦତଳୁ ଜମି ଖସି ଯାଇଥିଲା । ଏହି ଘଟଣା ପରେ ସମଗ୍ର ଗାଁ ଓ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା ।