ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁରଙ୍କ ଦୁଇ ଦିନିଆ ଓଡିଶା ଗସ୍ତରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ମାନେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହି କ୍ରମରେ ସମ୍ବଲପୁର ଠାରେ ସମ୍ବଲପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀଙ୍କ ନେତୃତ୍ଵରେ ବରଗଡ଼ ଅଧ୍ୟକ୍ଷ ଦିନେଶ୍ ଅଗ୍ରୱାଲ, ଝାରସୁଗୁଡ଼ା ଜିଲ୍ଲା ଅଧ୍ୟକ୍ଷ ଆଶିଷ ପଣ୍ଡା ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଠାକୁରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।