କର୍ଲାମୁଣ୍ଡା ରେ ଧାନ ମଣ୍ଡି ଉଦଘାଟିତ

କର୍ଲାମୁଣ୍ଡା,୩/୧୨:

Omkar Vasthu
Omkar Vasthu

କଳାହାଣ୍ଡି‌ ଜିଲ୍ଲା‌ ଅନ୍ତର୍ଗତ କର୍ଲାମୁଣ୍ଡା ସେବା ସମବାୟ ସମିତିରୁ ଆଜି (ସୋମବାର) ଗୋବଦ୍ଧନ ଭୋଇଙ୍କ  ସଭାପତିତ୍ଅରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଗୋବର୍ଧବ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଯୁବ କୃଷକନେତା ନନ୍ଦି‌ କିଶୋର ଭୋଇ, ସଂପାଦକ ଭବାନି ଶଂକର ସାହୁ, ଡିଇଓ ଅଚୀନ ଷଡଙ୍ଗି, ଗ୍ରାମ ସେବକ ଘନଶ୍ୟାମ ଜାନୀ, ରାଜସ୍ବ ନିରିକ୍ଷକ ନିହାରିକା ଦୋରା , ସଂସ୍ଥାର ନିର୍ଦେଶକ ଭରତ ବେହେରା, ସତ୍ୟମ ରଣା, ରଥ ରଣା, ପ୍ରେମାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

 ରାଜପୁର,କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ‌ରେ ଆଜି ୧୦୦୦ କୁଇଣ୍ଟାଲ ଟୋକନ ୨୫ ଜଣ ପିଛା ୪୦ କୁଇଣ୍ଟାଲ ଧାନ ଟୋକନ ଦିଆ ହେଇଛି କିନ୍ତୁ ମିଲର ଏଜେଣ୍ଟ ଥିଲେ  ମଧ୍ୟ ଧାନ ଉଠି ପାରୁନାହିଁ। ଚାଷିଙ୍କ ଧାନ ଅମଳରୁ କେତେ ପରିମାଣ ହେଉଛି ଯେ ଚାଷିଧାନ ଦେବେ‌ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଏ ନେଇ ଚାଷି ୨ କେଜି କଟନି ଛଟନି ଦେବାସତ୍ବେ ମିଲର ନେବା ପାଇଁ ଇଛ୍ଛୁକ ନାହାନ୍ତି। ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Udyog Nursery
Udyogi Nursery

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.