ବନ୍ଧୁକ ମୁନରେ ଦମ୍ପତିଙ୍କ ଠାରୁ ଲୁଟ୍: ନାବାଳକ ସମେତ ୫ ଗିରଫ, ଡ୍ରାଇଭର ମାଷ୍ଟର ମାଇଣ୍ଡ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତଗତ ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ୮ ତାରିଖ ବିଳମ୍ବିତ ରାତ୍ରୀରେ ବନ୍ଧୁକ ମୁନରେ ହୋଇଥିବା ଲୁଟ୍ ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି। ଏଥିରେ ଡ୍ରାଇଭର ମାଷ୍ଟର ମାଇଣ୍ଡ ରହିଥିଲା। ସୂଚନାରୁ ପ୍ରକାଶ ଯେ, ନିଜ ଚାରିଚକିଆ ଗାଡି ଯୋଗେ ବଲାଙ୍ଗୀରରୁ ନିଜ ଗାଁ ଡୁମେରମୁଣ୍ଡାକୁ ଏକ ଦମ୍ପତ୍ତି ଫେରୁଥିବା ବେଳେ ଘୁନସର କଲେଜ ଛକ ନିକଟରେ କିଛି ଦୁର୍ବୃତ୍ତ ଗାଡିକୁ ଅଟକାଇ ବନ୍ଧୁକ ଦେଖାଇ ସୁନା ଗହଣା ଲୁଟ କରି ଫେରାର ମାରିଥିଲେ। ପରେ ଲୁଟ୍ ର ଶିକାର ହୋଇଥିବା ସ୍ବାମୀ-ସ୍ତ୍ରୀ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନେ ସଇଁତଳା ପୋଲିସକୁ ଯୋଗାଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣା ସମ୍ପର୍କରେ ତଦନ୍ତ ପରେ ଡ୍ରାଇଭର ସମେତ ୫ ଜଣ କୁ ଅଟକ ରଖି ପଚରାଉଚରା ଜାରି କରିଥିଲା ପୋଲିସ। ଘଟଣାରେ ଉକ୍ତ ଗାଡି ଡ଼୍ରାଇଭର ସମେତ ୫ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ସୁନା ହାର, ସୁନା ଚେନ ଦୁଇଟି, ଦୁଇଟି ବାଇକ ଓ ଏକ ଲୁହା ଅସ୍ତ୍ର ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଡ୍ରାଇଭର ବିଦ୍ୟା ଶଙ୍କର ସାହୁ, ପିନ୍ଟୁ ସାହୁ, ଚିନ୍ତାମଣି ସାହୁ ଓ ଜଣେ ନାବାଳକ ଥିବା ବଲାଙ୍ଗୀର ଏସପି ଅଭିଲାସ ଜି ଅନୁଷ୍ଠିତ ସାମ୍ବାଦିକ ସମ୍ସମିଳନୀରେ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.