ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ରେଖପୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ପାଇଁ ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁର ଗାଁରେ ନିର୍ମିତ ହୋଇଛି ଭବ୍ୟ ମନ୍ଦିର। ମାର୍ଚ୍ଚ ୭ରୁ ଆରମ୍ଭ ହୋଇଛି ପ୍ରତିଷ୍ଠା ମହୋତ୍ସବ। ଏହି ମହୋତ୍ସବ ମାର୍ଚ୍ଚ ୧୫ ହୋଲି ଉତ୍ସବ ଦିନ ସମାପନ ହେବ। ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ, କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗେଇ ଚାଲିଛି ମନ୍ଦିର ପ୍ରତିଷ୍ଠା କର୍ମ। ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ହୋଇଉଠିଛି ରେଖପୁର ଗ୍ରାମ। କଂସ ଦରବାର ଓ ମିନାବଜାର ଏହି ପ୍ରତିଷ୍ଠା ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଛି। ବୌଦର ବିଶିଷ୍ଟ ମଞ୍ଚ କଳାକାର ମନୋଜ କୁମାର ମହାନ୍ତି  କଂସ ଭୂମିକାରେ ଅଭିନୟ କରୁଛନ୍ତି। ରାତିରେ ଯଜ୍ଞ ମଣ୍ଡପ, କଂସ ଦରବାର ଓ ମିନାବଜାରରେ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳୁଛି। ମାର୍ଚ୍ଚ ୧୨ ତାରିଖରୁ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ, ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ସଂକିର୍ତ୍ତନ୍ୟ ମଣ୍ଡଳୀ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ବିଭୁ କୃପା ଲାଭ କରିବାକୁ ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ ଏବଂ ମନ୍ଦିର ପ୍ରତିଷ୍ଠା କମିଟି ସଭାପତି ନାରାୟଣ ସେଲମା ନିବେଦନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପଣ୍ଡିତ ମନୋଜ କୁମାର ସତପଥି ଏବଂ ସାଥି ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରତିଟି ପର୍ଯ୍ୟାୟ ସୂଚାରୁରୂପେ ସଂପାଦନ କରୁଛନ୍ତି। ସୋମବାର କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ପ୍ରାତଃ କର୍ମାରମ୍ଭ, ସୂର୍ଯ୍ୟପୂଜା, ଶାଳାପୂଜା, ହୋମ, ସନ୍ଧ୍ୟା ସମୟେ ପ୍ରସାଦନ୍ୟାସ, ନାଭିନ୍ୟାସ ଓ କୁର୍ମନ୍ୟାସ ସହ ପାଦାଦିଶିର ପର୍ଯ୍ୟନ୍ତ ନ୍ୟାସ ଓ ଦେବତା ପ୍ରାଣ ସଂଚାର ବିଧାନ, ସିଂହାସନ ସଂସ୍କାର ଆଦି ବୈଦିକ ରିତି ନିତି ଅନୁସାରେ ସମାପନ ହୋଇଛି। ରେଖପୁର ଗ୍ରାମବାସୀ ଓ ନର୍ଲା ଯାଦବ ମଣ୍ଡଳ ଆନୁକୂଲ୍ୟରେ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମର ମୁଖ୍ୟ କର୍ତ୍ତା ଭାବେ ରେଖପୁର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସୁପୁତ୍ର ଟର୍ଜିନ ଭୋଇ ଏବଂ ପୁତ୍ରବଧୂ ବାସନ୍ତୀ ଭୋଇ, ଅନ୍ୟତମ କର୍ତ୍ତା ଭାବେ ସାନ ଗୈାନ୍ତିଆ ସ୍ବର୍ଗତ କାମଦେବ ଭୋଇଙ୍କ କନିଷ୍ଠ ପୁତ୍ର ଗୁଣନିଧି ଭୋଇ ଏବଂ ପୁତ୍ରବଧୂ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ କାର୍ଯ୍ୟ ସଂପାଦନ କରୁଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.