ପର୍ଲା ଠାରେ ଧର୍ମଗଡ଼ ଯାଦବ ମହାସଭାର ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ପର୍ଲା ଠାରେ ଜିଲ୍ଲା ଅଭ୍ୟର୍ଥନା କମିଟି ତତ୍ୱାବଧାନରେ ଧର୍ମଗଡ଼ ଜିଲ୍ଲା ଯାଦବ ମହାସଭା ଏକ ବୈଠକ ପୂର୍ବତନ କଳାହାଣ୍ଡି ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଧର୍ମଗଡ଼ ବ୍ଲକ ଯାଦବ ମହାସଭା କର୍ମକର୍ତ୍ତା ମାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ସାରିଛି । ତେଣୁ ନର୍ଲା ବ୍ଲକରେ ହେବାକୁ ଥିବା ପଞ୍ଚମ ଜିଲ୍ଲା ଯାଦବ ମହାସଭାକୁ ଦୃଷ୍ଟି ଦେଇ ନୂତନ କମିଟି ଗଠନ କରିବା ପାଇଁ ଆସନ୍ତା ୨୨ ମାର୍ଚ୍ଚ ୨୦୨୫ ଦିନ ବଡ଼ଘୁମେର ବଜାର ପଡିଆ ଠାରେ ଧର୍ମଗଡ଼ ବ୍ଲକର ସମସ୍ତ ଅଞ୍ଚଳର ଯାଦବ ମାନଙ୍କୁ ନେଇ ସର୍ବ ସମ୍ମତି କ୍ରମେ ବୈଠକ ସ୍ଥିର କରାଗଲା । ଏହି କାର୍ଯ୍ୟ ତୁଲାଇବା ପାଇଁ ବ୍ଲକର ଦାୟିତ୍ୱବାନ ବ୍ୟକ୍ତି ମାନଙ୍କୁ ନେଇ ଏକ ଆବାହକ କମିଟି ଗଠନ କରାଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋନ-୩ ଜିଲ୍ଲା ପରିଷଦ ପ୍ରଣବ କୁମାର ଭଇଁସାଲ, ଜିଲ୍ଲା ଯୁବ ଯାଦବ ଉପସଭାପତି ଡାକେ ଲହଜଳ, ଜିଲ୍ଲା ପୂର୍ବତନ ଉପସଭାପତି ତୁଳସିରାମ ବାରିକ, ବିଶିଷ୍ଟ ଶିକ୍ଷାବିତ ମାଧବ ଲହଜଳ, ରାଜକିଶୋର ବାଗ, ବ୍ଲକ ଯୁବ ଯାଦବ ସଭାପତି ଲବଣି ଯାଦବ, ଆଞ୍ଚଳିକ ସଭାପତି ଗୌର ବାଗ, ଧନିରାମ ଗୋପାଳ, ନିରାକାର ଗୋପାଳ, କାର୍ତ୍ତିକ ଛତ୍ରୀଆ, ଏକାଦଶୀ ଗୋପାଳ, ବରିଷ୍ଠ ଯାଦବ ନେତା ଟିକମାନ ଯାଦବ,ଗୋଳୁଚନ ବାରିକ, ପ୍ରମୁଖ ଯୋଗଦାନ କରି ଯାଦବ ସମାଜର ଯୁବବର୍ଗ କିପରି ନିଜ ଜାତିର ଭାଷା, ପ୍ରଥା ଓ ପରମ୍ପରାକୁ ସୁରକ୍ଷା ଦେଇ ଗତିଶୀଳ କରାଇବେ ଏବଂ ନିଜକୁ ଶିକ୍ଷା, ବ୍ୟବସାୟ, ଚାକିରି କ୍ଷେତ୍ରରେ ଅଗ୍ରଣୀ କରି ଏକ ଶୈକ୍ଷିକ ଆର୍ଥିକ ସୁଦୃଢ ସମାଜ ଗଠନରେ ଭାଗିଦାରୀ ହେବେ, ସେ ଦିଗରେ ଯୁବଗୋଷ୍ଠୀକୁ ଅଭିପ୍ରେରିତ କରିବା ହେଉଛି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ଯ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ ଓ କାର୍ଯ୍ୟକ୍ରମ ରେ ଧର୍ମଗଡ଼ ବ୍ଲକ ସଭାପତି ଯୋଗ ନ ଦେବା ଦୁଃଖର ବିଷୟ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଯୁବ ଯାଦବ ସୁଧୀର ଗୋପାଳ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.