ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ମନ୍ଦିର ପରିସରରେ ଶୋଭା ବର୍ଦ୍ଧନ କରୁଥିବା ପଖୋରୀ ଅବସ୍ଥା ବର୍ତ୍ତମାନ ଶୋଚନୀୟ। ମନ୍ଦିର ହୁଡାରେ ପବନରେ ମାଡି ବସିଥିବା ବିରାଟ ବୃକ୍ଷର କାଠ ଗଣ୍ଡି ପଡ଼ିରହିଛି। ଆସ୍ତେ ଆସ୍ତେ ଜଳସ୍ତର ଖସି ବର୍ତ୍ତମାନ ମାତ୍ର ୨ରୁ ୩ ଫୁଟ୍ ପାଣି ପଖୋରୀରେ ଅଛି। ସେଠାରେ ମନୋରଞ୍ଜନ ବୃଦ୍ଧି କରୁଥିବା ହଜାର ହଜାର ମାଛ ବଂଶ ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ପଡିଛନ୍ତି। ଏନେଇ ମନ୍ଦିରକୁ ଆସୁଥିବା ଜନସାଧାରଣଙ୍କ ତଥା ଭକ୍ତଙ୍କ ମହଲରେ ବ୍ୟାପକ ଅସନ୍ତୋଷ ବୃଦ୍ଧି ପାଇଛି। ସମସ୍ୟା ର ତୁରନ୍ତ ସମାଧାନ ନ ହେଲେ ଲୋପ ପାଇଯିବେ ମତ୍ସ୍ୟ ବଂଶ। ସେପଟେ ଉନ୍ନତୀ କରଣ ନାମରେ ବ୍ୟାପକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କିନ୍ତୁ ସ୍ଥାୟୀ ପାଣି ସମସ୍ୟା ର ସମାଧାନ ହୋଇପାରୁନାହିଁ। ମନ୍ଦିର ମାଳିନୀ ସୋନପୁର ସହରରେ ସେପଟେ ଦେବୋତ୍ତର ବିଭାଗ କୋମା ରେ ଥିବା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ତୁରନ୍ତ ମନ୍ଦିର ରେ ପାଣି ର ସ୍ଥାୟୀ ସମସ୍ୟା ସହ ପୋଖୋରୀ ରେ ପାଣି ସମସ୍ୟାର ସମାଧାନ ପ୍ରଶାସନ କରିବାକୁ ଭକ୍ତ ତଥା ବୁଦ୍ଧିଜିବୀ ମହଲରେ ଦାବୀ କରୁଛନ୍ତି।