ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ପଂଚାୟତ ର ପ୍ରାଥମିକ କୃଷି କେନ୍ଦ୍ର ସମ୍ମୁଖରେ ପଂଚାୟତ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା, ସହକାରୀ ଉଦ୍ୟାନ ଅଧିକାରୀ ଲଲାଟକେଶରୀ ବାଗ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳା ରେ ଚାଷୀଙ୍କୁ ମୁଖତଃ ତାଳ ତେଲ ଚାଷ ଉପରେ ସରକାରୀ ସହାୟତା ଏବଂ ତାରଲାଭ ଆଳୁ, ପିଆଜ ଚାଷ ଓ ତାର ସରକ୍ଷଣ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇ ଥିଲା l ଏହି ସୁବିଧା ଗୁଡିକ ରାଜ୍ୟସରକାର ବିଭିନ୍ନ ପ୍ରକାରର ଭାବରେ ଲୋକଙ୍କୁ ପହଂଚି ପାରିବ ଏଉପରେ ଏସ ସି, ଏସ ଟି ଓ ବି ସି, ମାନଙ୍କୁ କିଭଳି ସବସିଡି ପାଇପାରିବେ କିପରି ଚାଷୀ ଉପକୃତ ହୋଇ ପାରିବେ ଏହି ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବରବ ଆଲୋଚନା କରି ସମସ୍ତ ଚାଷୀଙ୍କୁ ଦିଗ ଦର୍ଶକ ଦେଇଥିଲେ l ଏହି କର୍ମଶାଳା ର ଉପମୁଖ୍ୟ ପରିଚାଳକ (ଏମ ୧୧ କମ୍ପାନୀ ତାଳ ତେଲ ଚାଷ) ଶ୍ରୀ ଶମ୍ଭୁ ସ୍ବାଇଁ, ଦେବବ୍ରତ ନାୟକ,ହୃଦାନନ୍ଦ ମେହେର l ପ୍ରାଣୀ ବିଭାଗ,ପ୍ରତାପ ଭୋଇ, ମସ୍ୟ ବିଭାଗ ସୁଜିତ ମହାନ୍ତି,ସ୍ଥାନୀୟ ସରପଞ୍ଚ ଲତା କୁମ୍ଭାର କନ୍ଧକେଲଗାଁ ସରପଞ୍ଚ ଉପସ୍ଥିତ ଥିଲେ l ବ୍ଲକ ର ବିଭିନ୍ନ ପଂଚାୟତ ରୁଏସ,ଏଚ,ଜି,ଗ୍ରୁପ ଓ ଶତାଧିକ ମହିଳା ଓ ପୁରୁଷ ଚାଷୀ ମାନେ ମଧ୍ୟ ଉପସ୍ଥିତ ଥିଲେ l