ଦୋଳ ପୂର୍ଣ୍ଣିମା ଉପଲକ୍ଷେ ନାମଯଜ୍ଞ ପାଇଁ କଳସ ଯାତ୍ରା 

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ଗୁଡଭେଳା ବ୍ଲକ ପେନ୍ଦିମୁଣ୍ଡା ବାଲିଆପଡା ଗ୍ରାମରେ ଦୋଳ ପୂର୍ଣ୍ଣମୀ ଉପଲକ୍ଷେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ସମାପନ ହୋଇଯାଇଛି l କୀର୍ତନ୍ୟ ମଣ୍ଡଳୀ ସହ ଗ୍ରାମର ମହିଳା ଓ ପୁରୁଷ ମାନେ ତେଲନଦୀରୁ ଜଳପୂର୍ଣ୍ଣ କଳସ ଆଣି ପ୍ରହରୀ ମଣ୍ଡପ ରେ ସ୍ଥାପନ କରାଯାଇଥିଲା l ଆସନ୍ତା କାଲି ସକାଳୁ ନାମାରମ୍ଭ ହେବ ଓ ଏହି ଷୋହଳ ପ୍ରହର ନାମଯଜ୍ଞ ଦୁଇଦିନ ଧରି ହେବାକୁ ଥିବାବେଳେ ମହିଳା ଓ ପୁରୁଷ କୀର୍ତନ୍ୟ ମଣ୍ଡଳୀ ଯୋଗଦେବେ l ପେନ୍ଦିମୁଣ୍ଡା ବାଲିଆପଡା ଗ୍ରାମବାସୀ ଙ୍କ ସହଯୋଗ ରେ ଏହି ନାମଯଜ୍ଞ ରେ ଚଳିତ ବର୍ଷ ଘନଶ୍ୟାମ ରଣା ଓ ରାସେଶ୍ୱରୀ ରଣା ସପତ୍ନୀକ କର୍ତ୍ତା ଥିବା ବେଳେ ପଣ୍ଡିତ ସନନ୍ତ ଦାଶ ମୁଖ୍ୟ ପୂଜକ ଅଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.