ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସ୍ତମ୍ଭ ଲେଖକ ରବିନାରାୟଣ ପଟ୍ଟନାୟକଙ୍କ ମା ବାସନ୍ତୀ ପଟ୍ଟନାୟକଙ୍କ ଜନ୍ମଦିନକୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରଠାରେ ନିଆରା ଢଙ୍ଗରେ ପାଳନ କରାଯାଇଛି । ସ୍ବପ୍ନ ମନ୍ଦିର ଜରାଶ୍ରମ ସେ ଉପସ୍ଥିତ ରହି ଅନ୍ତେଃବାସୀଙ୍କ ଗ୍ରହଣରେ କେକ କାଟି ପାଳନ କରିଥିଲେ । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରିତମ ମିଶ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଖାଦ୍ୟ ବଣ୍ଟନ କରାଯାଇଥିଲା । ସେହିପରି ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି । ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ସରୋଜ କୁମାର ସାହୁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ । ନିଜ ମା ଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସ୍ତମ୍ଭ ଲେଖକ ରବିନାରାୟଣ ପଟ୍ଟନାୟକ । ଏହି ପରି ନିଆରା ଢଙ୍ଗରେ ପାଳନକୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପ୍ରଶଂସା କରିଛନ୍ତି ।