ସୁବର୍ଣ୍ଣପୁର ଜିଲ୍ଲା ଆଉଟସୋର୍ସିଂ ସଂଘ ପକ୍ଷରୁ ଧାରଣା ସହ ଦାବୀପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୁବର୍ଣ୍ଣପୁର ଜିଲ୍ଲା ଆଉଟସୋର୍ସିଂ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାଵୀପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ନରହରି ମହାପାତ୍ରଙ୍କ ନେତୃତ୍ବରେ ଉପ ସଭାପତି ରବି ନାରାୟଣ ତଣ୍ଡକାର, ସାଧାରଣ ସମ୍ପାଦକ ବିକାଶ ସାହୁ, ସହ ସମ୍ପାଦକ ରାମ ମେହେର, ଉପଦେଷ୍ଟା ରାକେଶ ମିଶ୍ର, କୋଷାଧ୍ୟକ୍ଷ ଲୋକନାଥ ସୁରୁଜାଲଙ୍କ ସମେତ ସମସ୍ତ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସାମନାରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଦାବୀପତ୍ରରେ ସଂଘର ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଦାବୀ କରିବା ସହ ଯେତେଦିନ ପର୍ଯ୍ୟନ୍ତ ସ୍ଥାୟୀ ନ ହୋଇଛନ୍ତି ସେତେଦିନ ପର୍ଯ୍ୟନ୍ତ ଚାକିରୀ ନିରାପତ୍ତାର ବ୍ୟବସ୍ଥା କରାଯିବା ପାଇଁ ଦାବୀ କରିବା ସହ ଯେଉଁମାନେ ବର୍ଷ ବର୍ଷ ଧରି କାର୍ଯ୍ଯ କରି ଛୋଟେଇ ହୋଇଛନ୍ତି ସେମାନଙ୍କୁ ପୁନର୍ବାର ଥଇଥାନ କରାଯିବା, ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ, ଆଉଟସୋର୍ସିଂର ଦୈନିକ ମଜୁରିଆକୁ ଉଠାଇ ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ମାସିକିଆ ସୁବିଧା, ଆଉଟସୋର୍ସିଂର ଏଜେନ୍ସୀ ଗୁଡ଼ିକ ଉଠାଇ ସରକାର ସିଧାସଳଖ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ତ ସୁବିଧାସୁଯୋଗ ନିଜ ଦ୍ବାରା ପରିଚାଳନା କରିବା ପ୍ରମୁଖ ଦାବୀ ଗୁଡିକ ସରକାର ପୂରଣ ନ କଲେ ସମସ୍ତ ବିଭାଗର ଆଉଟସୋର୍ସିଂ କର୍ମଚାରୀ ଆସନ୍ତା ମାର୍ଚ୍ଚ ୧୭ ରୁ ୨୧ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରିବା ସହ ଓଡିଶା ରାଜ୍ଯ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଡ଼ାକରାରେ ଆସନ୍ତା ୨୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭୂବନେଶ୍ୱର ପି.ଏମ୍.ଜି.ରେ ଧାରଣ ଦେବେ ବୋଲି ସଂଘ ଚେତାବନୀ ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.