ଟିକ୍ରାପଡ଼ାରେ ବ୍ଲକସ୍ତରୀୟ ଉଦ୍ୟାନକୃଷି କର୍ମଶାଳା

କୃଷି ବଜେଟ ଚାଷୀଙ୍କ ହିତରେ -ସାଂସଦ ପ୍ରତିନିଧି

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ) ସଇଁତଲା ବ୍ଲକ ଟିକ୍ରାପଡ଼ା ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ସହକାରୀ ଉଦ୍ୟାନ ଅଧିକାରୀ ଲଳାଟକେଶରୀ ବାଗଙ୍କ ସଭାପତିତ୍ୱରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ନବନିଯୁକ୍ତ ସାଂସଦ ପ୍ରତିନିଧି ଗଦାଧର ବଗର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ପ୍ରତିନିଧି ମନୋନୀତ ନେଇ ସାଂସଦ ସଙ୍ଗୀତା ସିଂ ଦେଓ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ କୃତଜ୍ଞତା ଜ୍ଞାପନ ସହ ଲୋକାଭିମୁଖୀ କୃଷି ବଜେଟ ଚାଷୀଙ୍କ ବହୁ ହିତସାଧନ କରିବ ବୋଲି ମତ ଦେଇଥିଲେ | ଏଚଇଡବ୍ଲୁ ଦେବବ୍ରତ ନାୟକ, ବେଲପଡ଼ା ଏଏଚଓ ସୌମ୍ୟରଂଜନ ପଟ୍ଟନାୟକ, ତାଳତେଲ ଚାଷ କମ୍ପାନୀ ଉପମୁଖ୍ୟ ପରିଚାଳକ ଶମ୍ଭୁପ୍ରସାଦ ସ୍ୱାଇଁ ତାଳ ତେଲ, ଆମ୍ବ, କାଜୁ, ଆଳୁ, ପିଆଜ ସମେତ ବିଭିନ୍ନ ଉଦ୍ୟାନ ଚାଷ, ଉତ୍ପାଦର ସଂରକ୍ଷଣ ବ୍ୟବସ୍ଥା, ସବସିଡ଼ି, ସରକାରୀ ସହାୟତା, ବୈଷୟିକ ପରାମର୍ଶ, ଚାଷୀଙ୍କ ଲାଭ ଆଦି ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ | ଉଦ୍ୟାନ ସାଥି ରୁକ୍ମଣ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ ସାଥି ହୃଦାନନ୍ଦ ମେହେର, ପିଙ୍କୁ ସେଠ୍, ପାକ୍ସ ସମ୍ପାଦକ ରୋହିତାଶ୍ଵ ତାଣ୍ଡି, ଏଫପିଓ କର୍ମକର୍ତ୍ତା ସୁଦାମ ଦନ୍ତାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବହୁ ଚାଷୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ | ଗୌର ସୁଆର, ରାଧେଶ୍ୟାମ ରଣା, ଗୌର ନାଏକ, ନବୀନ ରଣା, ହେମନ୍ତ ବଗର୍ତ୍ତୀ, ଶିବା ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.