ସୁବର୍ଣ୍ଣପୁର ଜିଲ୍ଲାକୁ ଆସନ୍ତା ୨ ଦିନ ପ୍ରବଳ ଖରା ପାଇଁ ଓରେଞ୍ଜ ୱାର୍ଣିଂ ଜାରି

ଓଡିଆ ବାର୍ତ୍ତା/ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାରେ ମାର୍ଚ୍ଚ ୧୫ ଓ ୧୬ ପ୍ରବଳ ଖରା ଅନୁଭୂତ ହେବ। ଆସନ୍ତା କାଲି ଶନିବାର ଏବଂ ରବିବାର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି। ଏ ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓରେଞ୍ଜ ୱାର୍ଣିଂ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଜାରି କରିଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଉଠିପାରେ ବୋଲି ଆକଳନ କରିଛି ବିଭାଗ। ସେପଟେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଖରା ସମୟରେ ବାହାରକୁ ଯେତେ କମ ହେବ ବାହାରିବା ସହ ମାଦକ ଦ୍ରବ୍ୟ ସେବନ ରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ଅଧିକାରୀ ପରାମର୍ଶ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.