ରେଖପୁରରେ ଦୋଳ ପର୍ବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଉତ୍କଳୀୟ ସଂସ୍କୃତି ବିଶେଷ କରି ଯାଦବ ସଂସ୍କୃତିର ଏକ ମହାନ ପାର୍ବଣ ‘ଦୋଳ ପର୍ବ’ ରେଖପୁର ଗ୍ରାମରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି। ପ୍ରେମ ଓ ମିଳନର ଋତୁ ବସନ୍ତର ଶୁଭ କ୍ଷଣରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁର ଗ୍ରାମରେ ପ୍ରତିଷ୍ଠା ହୋଇଛି ନବ ନିର୍ମିତ ରାଧାକୃଷ୍ଣ ମନ୍ଦିର। ମନ୍ଦିର ମଧ୍ୟରେ ବିରାଜିତ ହୋଇଅଛନ୍ତି ଶ୍ରୀ ଶ୍ରୀ ରାଧାକୃଷ୍ଣ। ମାର୍ଚ୍ଚ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ରେଖପୁରରେ ଚାଲିଥିବା ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସଫଳତାର ସହ ସମାପନ ହୋଇଛି। ଶୁକ୍ରବାର ପାଳିତ ହୋଇଛି ଦୋଳ ପର୍ବ। ଉପଦେଷ୍ଟା କମିଟିର ସର୍ବଶ୍ରୀ ଟଙ୍କଧର ଭୋଇ, ଲକ୍ଷ୍ମଣ ସେଲମା, କରୁଣାକର ସେଲମା, ବିଶ୍ବନାଥ ସେଲମା, ହୃଷିକେଶ ଭୋଇ, ଭାଗିରଥି ଭୋଇ, ମହେଶ୍ୱର ଭୋଇ, ଷଢାନନ ଭୋଇ, ଚୈତନ୍ୟ ଭୋଇ, କନିଷ୍ଠ ଭୋଇ ଓ ଗୁରୁବାରୁ ମାଝୀ, ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ, କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପ୍ରତିଷ୍ଠା ମହୋତ୍ସବର ବିଭିନ୍ନ ଉପକମିଟି ସହ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।  ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ ମହୋତ୍ସବର ମହିମାକୁ ଆହୁରି ଗରିଆନ କରି ଗଢ଼ି ତୋଳିଥିଲା। ଏଥିରେ ମୁଖ୍ୟ କର୍ତ୍ତା ଭାବେ ଟର୍ଜିନ ଭୋଇ ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ଭୋଇ, ଅନ୍ୟତମ କର୍ତ୍ତା ଭାବେ ଗୁଣନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ କାର୍ଯ୍ୟ ସଂପାଦନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.