ଡିଜିଟାଲ୍ ପରିପ୍ରେକ୍ଷୀରେ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହନ ଦେବା ପାଇଁ ଆଇଏଫଆଇ ଫାଉଣ୍ଡେଶନ୍ ଏବଂ ଅଭ୍ୟୁତ୍ଥାନ ଫାଉଣ୍ଡେଶନ୍‌ର ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଡିଜିଟାଲ୍ ଯୁଗରେ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆଇଏଫଆଇ ଫାଉଣ୍ଡେଶନ୍ ଅଭ୍ୟୁତ୍ଥାନ ଫାଉଣ୍ଡେଶନ୍ ଚାରିଟେବଲ୍ ଟ୍ରଷ୍ଟ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅଭ୍ୟୁତ୍ଥାନ ଫାଉଣ୍ଡେଶନ୍ ଗୋଟେ ଅଣ-ଲାଭକାରୀ ସଂଗଠନ, ଯାହା ଏହି କ୍ଷେତ୍ରରେ ତାର ଦୃଢ଼ ପାରଦର୍ଶିତା ପାଇଁ ପରିଚିତ। ଏହି ସହଯୋଗର ଉଦ୍ଦେଶ୍ୟ ଡିଜିଟାଲ୍ ଓ ସୂଚନା ପ୍ରସାରଣରେ ଆଇଏଫଆଇ ଫାଉଣ୍ଡେଶନ୍‌ର ବିଶେଷଜ୍ଞତା ସହିତ ଅଭ୍ୟୁତ୍ଥାନର କ୍ଷେତ୍ର ଅଭିଜ୍ଞତାକୁ ସମିଶ୍ରଣ କରି ଆର୍ଥିକ ସ୍ଵାକ୍ଷରତା କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କରିବା ‌।

୧୯ ମାର୍ଚ୍ଚ ୨୦୨୫, ବୁଧବାର ଦିନ ଏହି ବୁଝାମଣାପତ୍ର ବା ଏମଓୟୁ ଔପଚାରିକ ଭାବେ ସ୍ଵାକ୍ଷରିତ ହୋଇଥିଲା। ଏହି ସମାରୋହରେ ଆଇଏଫଆଇ ଫାଉଣ୍ଡେଶନ୍‌ର ସହ-ଅଧ୍ୟକ୍ଷ ଶ୍ରୀମତୀ ପ୍ରଣତି ପରିଡା ଏବଂ ଅଭ୍ୟୁତ୍ଥାନ ଫାଉଣ୍ଡେଶନ୍‌ର ଅଧ୍ୟକ୍ଷ ଏବଂ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଦାଶରଥୀ ମିଶ୍ର ଉପସ୍ଥିତ ଥିଲେ। ଉଭୟ ସଂଗଠନର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ, ଯାହା ଡିଜିଟାଲ୍ ପରିପ୍ରେକ୍ଷୀରେ ଆର୍ଥିକ ସାକ୍ଷରତାକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧତାକୁ ପ୍ରକାଶ କରୁଥିଲା।

ଜ୍ଞାନର ଭାଗୀଦାରୀ ଭାବେ, ଉଭୟ ଫାଉଣ୍ଡେଶନ୍ ସାମୁଦାୟିକ ସଚେତନତା କାର୍ଯ୍ୟକ୍ରମଗୁଡିକୁ ବୃହତ୍ତର କରିବା ପାଇଁ ଏବଂ ଆର୍ଥିକ ସାକ୍ଷରତାର ବିଭିନ୍ନ ପରିପ୍ରେକ୍ଷୀରେ ବ୍ୟାପକ ସାମଗ୍ରୀ ତିଆରି କରିବା ପାଇଁ ସହାୟକ ହେବେ, ଏହି ଲକ୍ଷ୍ୟ ଡିଜିଟାଲ୍ ଓ ସୋସିଆଲ୍ ମିଡିଆ ଚ୍ୟାନେଲମାନଙ୍କ ମାଧ୍ୟମରେ ବ୍ୟାପକ ଦର୍ଶକମାନଙ୍କ ପାଖକୁ ପହଞ୍ଚାଇବା ଏବଂ ସାମୁଦାୟିକ ଯୋଗାଯୋଗକୁ ଶକ୍ତିଶାଳୀ କରିବା ପାଇଁ ଉଭୟ ସଂଗଠନ କାର୍ଯ୍ୟ କରିବେ।

ଏହି ସହଯୋଗ ଆର୍ଥିକ ସାକ୍ଷରତା ମଞ୍ଚ, ବିଶେଷଜ୍ଞ ଆଲୋଚନା, ପରାମର୍ଶ କାର୍ଯ୍ୟକ୍ରମ ଏବଂ ତଥ୍ୟମୂଳକ ଭିଡିଓ ଶୃଙ୍ଖଳା ଇତ୍ୟାଦି ଯୋଗୁ ଶିକ୍ଷା ଉଦ୍ୟମଗୁଡିକର କଭରେଜ୍, ପ୍ରସାରଣ ଏବଂ ପ୍ରଚାରକୁ ସମର୍ଥନ କରିବ। ମିଡିଆ ଆଉଟ୍ ରିଚ୍‌ରେ ବିଶେଷ ଧ୍ୟାନ କେନ୍ଦ୍ରିତ କରି ଏହି ସହଯୋଗ ଡିଜିଟାଲ୍ ଏବଂ ଆର୍ଥିକ ସାକ୍ଷରତା ମାଧ୍ୟମରେ ବ୍ୟାପକ ଜାଣିବାର ଏବଂ ସଶକ୍ତିକରଣର ଉଦ୍ୟମକୁ ଅଗ୍ରସର କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.