ହରଗୌରୀ ଯୁବକ ସଂଘ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ହରଗୌରୀ ଯୁବକ ସଂଘ ତରଫରୁ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ତତ୍ୱବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଶୃପଡା ବନରକ୍ଷୀ ରୁକ୍ମଣୀ ମାଝୀ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ହେମନ୍ତ ସାହୁ, ଗ୍ରାମର ମୁଖିଆ ଜନ୍ମେଜୟ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ଆମ ଜୀବନରେ ଜଳର ଆବଶ୍ୟକତା, ସଂପ୍ରତି ଦେଖା ଯାଉଥିବା ଜଳ ସଙ୍କଟ, ଆଗାମୀ ପିଢ଼ିଙ୍କ ପାଇଁ ଜଳ ସଂରକ୍ଷଣରେ ଯୁବ ସମାଜର ଭୂମିକା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ହରଗୌରୀ ଯୁବକ ସଂଘର ସଭାପତି ଯୁଗେଶ ଜାନୀ, ସମ୍ପାଦକ ତୀର୍ଥରାଜ ବନଛୋର, ସାଂସ୍କୃତିକ ସମ୍ପାଦକ ଭ୍ରମର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ହୃଦାନନ୍ଦ ସାହୁ, ନୀଳକଣ୍ଠ ସାହୁ, ଅମର ଭୋଇ, ରିଙ୍କୁ ନନ୍ଦ, କେଶବ ନନ୍ଦ, ଲିଙ୍ଗରାଜ ଜାନୀ ସମେତ ଅମର ମହାବିଦ୍ୟାଳୟ ଏନଏସଏସର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଜଳ ସୁରକ୍ଷା ଉପରେ ଶପଥ ପାଠ କରିଥିଲେ। ସଂଘର ସମସ୍ତ ସଦସ୍ୟ/ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.