କାଳ ବୈଶାଖୀର ତାଣ୍ଡବ; ଗଛ ପଡ଼ି ରାସ୍ତା ଅବରୋଧ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକରେ ଆଜି ପ୍ରଥମ କରି କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଥିଲା। ଏହି କାଳ ବୈଶାଖି ଫଳରେ ଧାମୁଣିପୋଙ୍ଗା ପଞ୍ଚାୟତ ଅଡ଼ାବାଡି ଗ୍ରାମ ଓ ଢ଼େପାଗୁଡା ଗ୍ରାମ ମଝିରେ କୋଉ କାଳରୁ ରହିଥିବା ବୋରଗଛ ଭାଙ୍ଗି କଲ୍ୟାଣ ସିଂହପୁର ଠାରୁ କଳାହାଣ୍ଡି ବିଶ୍ୱନାଥପୁର ରାସ୍ତାକୁ ଦୁଇଘଣ୍ଟା କାଳ ଅବରୋଧ କରିଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର କରିବା ଫଳରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଆସି ଗଛକୁ ରାସ୍ତାରୁ ହଟାଇ ଥିଲେ। ଯାହା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ଥିବା ପଥଚାରି ଓ ଯାନବାହାନ ଗୁଡିକ ସ୍ୱାଭାବିକ ଭାବେ ଚଳାଚଳ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.