ଶେରଗଡ ଠାରେ ସହିଦ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶେରଗଡ଼ଠାରେ ମାଇ ଭାରତ ଓ ନେହରୁ ଯୁବକେନ୍ଦ୍ର କଳାହାଣ୍ଡି ଆନୁକୁଲ୍ୟରେ ଏଵଂ ଜୟ ଜଗନ୍ନାଥ ଯୁବକ ସଂଘ, ଶେରଗଡ଼ର ସହଯୋଗରେ ସହିଦ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ମାଝୀ, ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ ଯାଜ୍ଞସେନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସେନା ଅଧିକାରୀ ଅଜିତ କୁମାର ପଧାନ, ସ୍ଵେଚ୍ଛାସେବୀ ହେମସାଗର ସାହୁ, ସ୍ଵେଚ୍ଛାସେବୀ ସନତ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇ ସହିଦ ଦିବସ ବିଷୟରେ ବକ୍ତବ୍ୟ ରଖିଥିଲେ। ଇତ୍ୟବସରରେ ଅବସରପ୍ରାପ୍ତ ସେନାଧିକାରୀ ଅଜିତ କୁମାର ପଧାନଙ୍କୁ ମଞ୍ଚରେ ସମ୍ୱର୍ଦ୍ଧିତ କରାଯାଇଥିଲା। ସହିଦଙ୍କ ସ୍ମୁତି ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ଅନୁଷ୍ଠାନର ସମ୍ପାଦକ ବସନ୍ତ କୁମାର ଭୋଇଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ। ନେହରୁ ଯୁବକେନ୍ଦ୍ର କଳାହାଣ୍ଡିର ପୁର୍ବତନ ଜାତୀୟ ଯୁବ ସ୍ଵେଚ୍ଛାସେବୀ ମିଲନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଯୁବ କବି ଉଦୟନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.