ଲେଖିକା ହରିପ୍ରିୟା ଠାକୁରଙ୍କ ଉପନ୍ୟାସ ‘ନୀଳୋତ୍ପଳା’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ବ୍ରଜ ବିହାର ସରସ୍ୱତୀ ଶିଶୁ ମନ୍ଦିରଠାରେ ଶ୍ରୀରୂପା ପବ୍ଲିକେସନ ପକ୍ଷରୁ ଲେଖିକା ହରିପ୍ରିୟା ଠାକୁରଙ୍କ ପ୍ରଥମ ଉପନ୍ୟାସ ‘ନୀଳୋତ୍ପଳା’ ଉନ୍ମୋଚିତ ହୋଇଯାଇଛି।

ବିଶିଷ୍ଟ ଗାଳ୍ପିକ ସୁକାନ୍ତ ସାହୁଙ୍କ ସଭାପତିିିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଲେଖକ ବିଜୟ କୁମାର ପ୍ରଧାନ, ମୁଖ୍ୟ ବକ୍ତା ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ , ସମ୍ମାନୀତ ଅତିଥି ବିଶିଷ୍ଟ କବି ରବି ଶତପଥୀ, ସମୀକ୍ଷକ ଅଧ୍ୟାପକ ପରମେଶ୍ୱର ମୁଣ୍ଡ , ଲେଖିକା ଶ୍ରୀମତୀ ଠାକୁର ଓ ତାଙ୍କ ସ୍ୱାମୀ ଗୌରୀଶଙ୍କର ପଣ୍ଡା ମଞ୍ଚାସୀନ ଥିଲେ ।

କବି ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ ଲେଖକ ଯୋଗଦେଇଥିଲେ। ୪୨୨ ପୃଷ୍ଠା ଏହି ସୁଦୃଶ୍ୟ ଉପନ୍ୟାସଟି ୫୦ ବର୍ଷ ତଳର କଳାହାଣ୍ଡିର ଜନଜୀବନର କାହାଣୀ ରହିଛି।

ଉପନ୍ୟାସଟି ତତ୍କାଳୀନ କଳାହାଣ୍ଡି ସମାଜ ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ବ୍ୟବସ୍ଥାର ଚିତ୍ର ଅତି ନିଖୁଣ ଭାବରେ ଚିତ୍ରିତ ହୋଇଥିବା କଥା ଅତିଥିମାନେ ତାଙ୍କ ବକ୍ତବ୍ୟରେ ବ୍ୟକ୍ତ କରିଥିଲେ। ଖୁବ୍ ସରଳ ଓ ସାଧାରଣ ଭାଷାରେ ରଚିତ ଏହି ଉପନ୍ୟାସଟି ପାଠକଙ୍କ ବାନ୍ଧି ରଖିବାର ସମସ୍ତ କଳା ରଖିଛି।

୭୫ ବର୍ଷ ବୟସରେ ଲେଖିକାଙ୍କର ପ୍ରଥମ ସାହିତ୍ୟ କୃତି ନୀଳୋତ୍ପଳା ପ୍ରକାଶ ପାଇଥିବାରୁ ତରୁଣ ଲେଖକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ଲେଖାଲେଖି କରିବା ପାଇଁ ବୟସ ଏକ ପ୍ରତିବନ୍ଧକ ନୁହେଁ ବୋଲି ଲେଖିକା ପ୍ରମାଣିତ କରିଦେଇଛନ୍ତ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.