ବାଲେଶ୍ଵରରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା- ୨୦୨୫

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସୂଚନା ଅଧିକାର ଆଇନ୍‌-୨୦୦୫ ଅଧିନିୟମ ୪ (୧) (ଖ) ପୂର୍ଣ୍ଣାଙ୍ଗ କାର୍ଯ୍ୟାନ୍ୱୟନ ଉଦ୍ଦେଶ୍ଯରେ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଅଡିଟୋରିୟମ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ବିଷୟ ବିଶାରଦ ଶ୍ରୀ ରଶ୍ମିରଞ୍ଜନ ରାଉତ ଯୋଗ ଦେଇ (ଡିସ୍‌କ୍ଲୋଜରର ଅପଡେସନ୍‌) ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସ୍ୱତପ୍ରବୃତ୍ତ ସୂଚନା ପ୍ରକାଶନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସୂଚନା ଅଧିକାର ଆଇନ୍‌ରେ ଦରଖାସ୍ତ ଗ୍ରହଣ, ଉତ୍ତର ପ୍ରଦାନ, ଅନ୍‌ଲାଇନ୍‌ରେ ସମସ୍ତ ପ୍ରକ୍ରିୟା ସମ୍ପାଦନ କୌଶଳ, ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ପ୍ରଶ୍ନୋତ୍ତର ଅଧିବେସନରେ ଉପସ୍ଥିତ ଅଧିକାରୀମାନେ ସୂଚନା ଅଧିକାର ଆଇନ୍‌ରେ ଆବେଦନ ଗ୍ରହଣ, ଉତ୍ତର ପ୍ରଦାନ କ୍ଷେତ୍ରରେ ସମ୍ମୁଖୀନ ହେଉଥ୍‌ବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ପ୍ରଶ୍ନ ପଚାରି ନିଜ ନିଜର ସନ୍ଦେହ ମୋଚନ କରିଥିଲେ ।

ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଭାଗ କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷ, ଜନସୂଚନା ଅଧିକାରୀ, ସହକାରୀ ଜନସୂଚନା ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.