ଅପାମରା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ସାରସମାଲ ପଞ୍ଚାୟତ ଅନ୍ତର୍ଗତ ଅପାମରା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି।

ବରିଷ୍ଠ ଶିକ୍ଷକ ହୋଲିଶ୍ବର ଧରୁଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରୀପୁରାରି ମିଶ୍ର, ମୁଖ୍ଯ ବକ୍ତା ଭାବରେ ବଡବନ୍ଧ କ୍ଲଷ୍ଟର ସିଆରସିସି ଜଗଦୀଶ ପଧାନ, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମାକାନ୍ତ ନାଏକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଦାସ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସହକାରୀ ଶିକ୍ଷୟତ୍ରୀ ମଧୁମିତା ଅଲତିଆ।

ମଞ୍ଚ ପରିଚାଳନା କରିଥିଲେ ଅଧ୍ଯାପକ ପ୍ରଶାନ୍ତ କୁମାର ତ୍ରୀପାଠୀ। ଏହି ଅବସରେ ପୂର୍ବତନ ପରିଚାଳନା କମିଟି ସଭାପତି ରାଜାରାମ ନାଏକ,ସାରଥି ପଧାନ ଙ୍କୁ ସମ୍ମାନିତ କରାଯାଇ ଥିଲା। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଦେବାନନ୍ଦ ନିଷାଦ, ଅଶ୍ବିନୀ ନାଏକ, ଦିଲିପ ପଧାନ, ଆଲୋକିନୀ ପଧାନ, ସୁଜିତ କୁମାର ମିଶ୍ର , ପରିଚାଳନା କମିଟି ସଭ୍ଯ ସଭ୍ଯା ତଥା ଗ୍ରାମବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.