ବ୍ୟାଙ୍କ ଅଫ୍ ଇଣ୍ଡିଆ ନର୍ଲା ଶାଖାର ନୂତନ ଭବନ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ୟାଙ୍କ ଅଫ୍ ଇଣ୍ଡିଆ ନର୍ଲା ଶାଖାର ନୂତନ ଭବନ ବୁଧବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସମ୍ବଲପୁର ଜୋନାଲ ମ୍ୟାନେଜର ଶ୍ରୀଜିତ ଶଙ୍କର ବେହେରାଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି। ଠିକ ୧୦ ଘଣ୍ଟା ସମୟରେ ଜୋନାଲ ମ୍ୟାନେଜର ଶ୍ରୀ ବେହେରା, ସମ୍ବଲପୁର ଜୋନାଲ ଅଫିସ୍ ର ସିନିଅର ମାର୍କେଟିଂ ମ୍ୟାନେଜର ଅନୁପ ରଥ ପହଞ୍ଚି ନୂତନ ଭବନଟିକୁ ଫିତା କାଟି ଉଦ୍ଘାଟନ କରିଥିଲେ। ବ୍ୟାଙ୍କ ତରଫରୁ ଜୋନାଲ ମ୍ୟାନେଜରଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏହାପରେ ଭବନ ଭିତରେ ଗଣପତି ପୂଜନ କରି ପ୍ରାଚୀର ଫଳକ ଉନ୍ମୋଚନ କରିଥିଲେ। ଏଥିପାଇଁ ନର୍ଲା ଶାଖା ପରିଚାଳକ ମାନଭଞ୍ଜନ ହୋତାଙ୍କ ନେତୃତ୍ଵରେ ଶାଖାର ନୂତନ ଭବନଙ୍କୁ ନୂଆ ବୋହୂ ଭଳି ସଜାଇ ଦିଆଯାଇଥିଲା। ଏହି ଅବସରରେ ଭବନ ମାଲିକ ମନୋରଞ୍ଜନ ଚାନ୍ଦଙ୍କ ସମେତ ବିକାଶ ଚାନ୍ଦ, ରାଜା ପରିଡା, ବିନାୟକ ମହନ୍ତ, ଅଭୟ ଚାନ୍ଦ, ସଞ୍ଜୟ ଅଗ୍ରୱାଲା, ମାନସ ସା, ଦୁର୍ଗା ପ୍ରସାଦ ସରାଫ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଓ ଅନେକ ଗ୍ରାହକ ଉପସ୍ଥିତ ଥିଲେ। ୧୯୭୮ ମସିହାରୁ ନର୍ଲାରେ ବ୍ୟାଙ୍କ୍ ଅଫ ଇଣ୍ଡିଆର ଶାଖା ଶୃଙ୍ଖଳିତ ଭାବରେ ଚାଲି ଆସୁଛି। ଏବଂ ଆପଣ ମାନଙ୍କ ସହଯୋଗରେ ଖୁବ ଭଲ ବ୍ୟବସାୟ ମଧ୍ୟ କରିବାରେ ବ୍ୟାଙ୍କ୍ ସଫଳ ହୋଇପାରିଛି ବୋଲି ଜୋନାଲ ମ୍ୟାନେଜର ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିବା ସହିତ ବର୍ତ୍ତମାନର ଶାଖା ପରିଚାଳକ ଶ୍ରୀ ହୋତାଙ୍କ କାର୍ଯ୍ୟକାଳ ସମୟରେ ଏହାର ବ୍ୟବସାୟ ଦୁଇ ଗୁଣା ହେବା ସହ ରେକର୍ଡ ସଂଖ୍ୟକ ଗ୍ରାହକ ବଢିଛନ୍ତି ଓ ବ୍ୟାଙ୍କ୍ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବାସହ ଖୁବ୍ ସୁନାମ ଅର୍ଜନ କରିଛି ବୋଲି କହିଥିଲେ। ବ୍ୟାଙ୍କ କର୍ମଚାରୀ ଅକ୍ରୁର ସାହୁ, ସଦାନନ୍ଦ ମାଝୀ, ଶଶିଧର ହରିଜନ, ତୁଷାର ଠାକୁର, ଅସ୍ଥାୟୀ କର୍ମଚାରୀ ରାଜକିଶୋର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଶାଖା ପରିଚାଳକ ଶ୍ରୀ ହୋତା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.