ନିର୍ମାଣର ୬ ମାସ ନପୁରୁଣୁ ଭାଙ୍ଗିଲା କାଳିଗଙ୍ଗା ଗାର୍ଡୱାଲ୍, କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନବାଚୀ

କଳାହାଣ୍ଡି,୨୯/୭ : ଏବର୍ଷର ପ୍ରଥମ ବର୍ଷାରେ ଭାଙ୍ଗିଲା କାଳିଗଙ୍ଗା ନଦୀ କୂଳର ଗାଡୱାଲ୍ । କାର୍ଯ୍ୟ ସମାପ୍ତିର ୬ ମାସ ନପୁରୁଣୁ ଏହା ଭାଙ୍ଗି ଯାଇଥିବାରୁ ଗାର୍ଡୱାଲ୍ କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏହା ଠିକାଦାର ଓ ସରକାରୀ ବାବୁଙ୍କ ମଧୁ ଚନ୍ଦ୍ରିକା ଫଳ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକ ମୋହନଗିରି ପଞ୍ଚାୟତ ଅଧିନସ୍ଥ ଦେଉଳଶୁଳିଆ କାଳିଗଙ୍ଗା ନଦୀ କୂଳରେ ଗାର୍ଡୱାଲ ନିର୍ମାଣ କରିବା ପାଇଁ ମ.ରାମପୁର ପଞ୍ଚାୟତ ସମିତି ପକ୍ଷରୁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ଏନେଇ ସୂଚନା ଫଳକରେ ଉଲ୍ଲେଖ ରହିଛି । ଏହିକାର୍ଯ୍ୟ ୪ ଜାନୁୟାରୀ ୨୦୧୯ ରୁ ଆରମ୍ଭ ହୋଇ ୧୪ ମାର୍ଚ୍ଚ ୨୦୧୯ ଏମିତି ୭୦ ଦିନରେ ସରିଥିବା ସୂଚନା ଫଳକ ସୂଚିତ କରୁଛି। କିନ୍ତୁ ନିମ୍ନ ମାନର କାମ ହୋଇଥିବା ହେତୁ ଗାର୍ଡୱାଲଟି ଭୁଷୁଡି ପଡ଼ିଥିବା ସ୍ଥାନୀୟ ଜନତା ଅଭିଯୋଗ କରିଛନ୍ତି । ଗାର୍ଡୱାଲ୍ ଭାଙ୍ଗିଲା ପରେ ନଦୀ କୂଳରେ ଥିବା ଅନେକ ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି, କାରଣ ସେମାନଙ୍କ ଚାଷ ଜମି ନଷ୍ଟ ହେବାର ଆଶଙ୍କା ରହିଛି । ତେଣୁ ଏଥି ପ୍ରତି ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବାସହ ମରାମତି କରିବାକୁ ଦାବି ହେଉଛି । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.