ଉଦଯାପିତ ହେଲା ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡର ଦ୍ବିତୀୟ ବାର୍ଷିକୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡର ଦ୍ବିତୀୟ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଗତ ରବିବାର ଦିନ ନର୍ଲା ବ୍ଲକ ଲାଖଗୁଡା ଠାରେ ଏହି ସ୍କୁଲର ନୂତନ କ୍ୟାମ୍ପସ ଲୋକାର୍ପିତ ହେବା ସହ ବାର୍ଷିକ ଉତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ଗୁରୁବାର ସଂନ୍ଧ୍ୟାରେ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେଇଥିଲା। ଉଦଯାପନୀ ସମାରୋହରେ ସ୍କୁଲର ଭାଇସ୍ ଚ୍ୟାରମେନ୍ ରତନ କୁମାର ଅଗ୍ରୱାଲ, ସମ୍ପାଦକ ସୁମିତ କୁମାର ଅଗ୍ରୱାଲ, ବରିଷ୍ଠ ସଦସ୍ୟ ଆନନ୍ଦ କୁମାର ଅଗ୍ରୱାଲ, ମହେଶ ଅଗ୍ରୱାଲ, କୈଳାଶ କୁମାର ଅଗ୍ରୱାଲ, ରୂପଚନ ଜୈନ, ପ୍ରଦୀପ କୁମାର ଅଗ୍ରୱାଲ ଓ ଦେବେଶ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଉପଦେଷ୍ଟା ଦେବୀଦେବ ଶର୍ମା ଓ ସୁବାସ ଚନ୍ଦ୍ର ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗିନ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବାର୍ତ୍ତା ପ୍ରେରଣ କରିଥିଲେ। ରୁପ୍ରାରୋଡ ସରପଞ୍ଚ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରୀତି ଉପହାର ପ୍ରଦାନ ସହ ସ୍କୁଲର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସଭାର ଅଧ୍ୟକ୍ଷତା କରିଥିଲେ ସ୍କୁଲର ଭାଇସ ପ୍ରିନ୍ସପାଲ ବିଭୁ ରଞ୍ଜନ ମହାହୁତି। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ପାଇଁ ଜମିଦାନ କରିଥିବା ଜମିଦାତାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଶିକ୍ଷୟତ୍ରୀ ଅନିମା ଅଗ୍ରୱାଲ, ନିବେଦିତା ସାହୁ, ତୁଳସୀ ବେହେରା, ପ୍ରେମାଞ୍ଜଳୀ ପୋଢ, ପୂଜା ଅଗ୍ରୱାଲ, ଅଞ୍ଜୁ ବେହେରା, କୁନ୍ତୀ ଭୋଇ, ଶିକ୍ଷକ ବିଜୟ କୁମାର ମହାପାତ୍ର, ଚୈତନ୍ୟ ସାହୁ, ପଦ୍ମନାଭ ଝାଙ୍କର, ତୁଷାର ଗଉଡ, ଦେବେନ୍ଦ୍ର ସେନାପତିଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ଧିରୋଜ ସେଠୀ, ସୁମିତ୍ରା ପୋଢ, ବୃନ୍ଦାବନ ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଅବିଭାବକ/ ଅବିଭାବିକା ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.