କଣ୍ଟାମାଲ ବ୍ଲକ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସ୍ଥାନ ପରିଦର୍ଶନ

ପରିଭ୍ରମଣ ବି ଜୀବନକୁ ମାର୍ଗଦର୍ଶନ କରେ

ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: ବୌଦ୍ଧ ଜିଲ୍ଲା ସମଗ୍ର ଶିକ୍ଷା ଅନ୍ତର୍ଗତ କଣ୍ଟାମାଲ ବ୍ଲକରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଏଲିମେଣ୍ଟାରୀ ସ୍କୁଲର ୬୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ, କଣ୍ଟାମାଳ ବିଇଓ ଅଶୋଭ ରଂଜନ ମାଳିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମ୍ବଲପୁର ଜିଲ୍ଲା ପ୍ରମୁଖ ସ୍ଥାନ ସହିତ ବୁର୍ଲା ସ୍ଥିତ ଏପିଜେ ଅବଦୁଲ କଲାମ ପ୍ଲାନେଟରୀୟମ, ମେଡିକାଲ କଲେଜ, ସାଇନ୍ସ ପାର୍କ, ହୀରାକୁଦ ଡ୍ୟାମ, ଗାନ୍ଧୀମିନାର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ସମଲେଶ୍ବରୀ ମନ୍ଦିର ପ୍ରମୁଖ ସ୍ଥାନ ଗୁରୁବାର ପରିଦର୍ଶନ କରି ଫେରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସେକ୍ସନ ଅଧିକାରୀ ଶଙ୍କର୍ଷଣ ମହାନନ୍ଦ, ଏବିଇଓ ଦୁର୍ଗାଚରଣ ପ୍ରଧାନ, ଲକ୍ଷ୍ମୀ ମଳିକ , ସିଆରସିସି ମନରଞ୍ଜନ ନାଏକ,ଶଶାଙ୍କ ପୋଢ଼,ରୂପାସିଂ ଖେତୀ, ରଞ୍ଜିତ ରଣା, ନୈରାଶ୍ୟ ସୁନା, ପ୍ରଜିନା ପାଢ଼ୀ, ରାଜେଶ ନାଏକ, ସୁଶାନ୍ତ କୁଁହର ପ୍ରମୁଖ ରହିଥିବା ବେଳେ

ଗାଇଡ଼ ଶିକ୍ଷକ ଭାବେ ଅନିତା ମେହେର, ବଳଭଦ୍ର ବିଶ୍ୱାଳ, ପବିତ୍ର ସାହୁ, ଶୁଶୀଳ ପ୍ରଧାନ, ରୁବି ବେହେରା, ଶ୍ରୀଧର ନାଏକ, ନରେଶ ଚନ୍ଦ୍ର କର୍ମୀ, ସୁଦାମ ମିଶ୍ର, ଭାଗିରଥି କର୍ମୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ଭାବରେ ସଂଜୀବ ବସ୍ତିଆ, ସୁଦାମ ମିଶ୍ର, ଧର୍ମେନ୍ଦ୍ର ରଣା, କୈଳାସ ଛତରିଆ, ସୁର୍ଯ୍ୟ ପଟ୍ଟନାୟକ, ପୂର୍ଣ୍ଣ ସେନାପତି ପ୍ରମୁଖ ସହଯୋଗ କରିଥିଲେ।

ସମସ୍ତ ଛାତ୍ରଛାତ୍ରୀ ଉପଭୋଗ କରି ଆନନ୍ଦ ନେଇଥିବାରୁ କାର୍ଯ୍ୟକ୍ରମ ସମାପ୍ତି ପରେ ଶିକ୍ଷକ ରଂଜୁ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.