ଯୋଡାବନ୍ଧ ପ୍ରାଥମିକ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘୋଡାବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୋଡାବନ୍ଧ ସରକାରୀପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଆରସିସି ହେମନ୍ତ ମାଝୀ, ମୁଖ୍ୟବକ୍ତା ଭାବରେ ପ୍ରାଥମିକ ଶିକ୍ଷକ ସଂଘ ନର୍ଲାର ସଭାପତି ମୀନକେତନ ସାହୁ, ସମ୍ମାନିତ ଅତିଥି ଭାବରେ ନୃପରାଜ୍ ଯାନୀ, ଗଣ୍ଡଧର ଯାନୀ ପୂର୍ବତନ ପ୍ରଧାନଶିକ୍ଷକ ଡୋଳାଧର ଯାନୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ତଥା ମହିଳା ନେତ୍ରୀ କମଳିନୀ ଯାନୀ, ଯୁବନେତା ଡୋଳାଧର ଯାନୀ, ୱାର୍ଡସଭ୍ୟା ଜଗେନ୍ଦ୍ରୀ ଯାନୀ, ଡେଗୁଧର ଯାନୀ, ଫିରୋଜ ପଧାନ ସିଆରସିସି ଖଇରମାଲ କ୍ଲଷ୍ଟର ସିଆରସିସି ଦେଶରାଜ ଗଡତିଆ, ବିଦ୍ୟାଳୟ ସଭାନେତ୍ରୀ ସଞ୍ଜୁ କୁମାର, ଡିଙ୍ଗରସିଂ ମାଝୀ ବ୍ରାହ୍ମଣୀ ପ୍ରଧାନ ଶିକ୍ଷକ, ଦେବାର୍ଚ୍ଚନ ରଣା ପ୍ରଧାନଶିକ୍ଷକ ଲମସିଂଗା, ଜିତେନ୍ଦ୍ର ସାହୁ ସହକାରୀ ଶିକ୍ଷକ ବ୍ରାହ୍ମଣୀ, ଖଗେଶ୍ବର କୁମାର ସମାଜସେବୀ ଓ ସାମ୍ୱାଦିକ, ବୃଷକେତୁ ଦାସ ପ୍ରଧାନଶିକ୍ଷକ ଯୋଡ଼ାବନ୍ଧ, ସହକାରୀ ଶିକ୍ଷକ ତପିନ୍ଦ୍ର କୁମାର ଓ ପୂର୍ବସଭାପତି ଭକ୍ତ କୁମାର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ବିଦ୍ୟାଳୟ କୁ ଭୂଦାନ କରିଥିବା ଜାନୀ ପରିବାରର ସଦସ୍ୟଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ବିଦ୍ୟାଳୟଟି ୨୬/୩/୧୯୬୧ ମସିହା ରେ ସ୍ଥାପିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସହ ଶିକ୍ଷକ ତପିନ୍ଦ୍ର କୁମାର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ବୃଷକେତୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.