ଗାଁ ଗାଁରେ ବିକ୍ରୀ ହେଉଛି ନକଲି ବିଦେଶୀ ମଦ; ଚେର ଲମ୍ବିଛି ଗଞ୍ଜାମ-କଳାହାଣ୍ଡି

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ତୁମୁଡିବନ୍ଧ ବ୍ଲକର ଗାଁ ଗାଁରେ ଛତୁ ଫୁଟିଲା ଭଳି ଛୋଟ ଛୋଟ ଦୋକାନରେ ବିକ୍ରି ହେଉଛି ନକଲି ମଦ। ସନ୍ଧ୍ୟା ହେଲେ ମଦ୍ୟପ ମାନଙ୍କର ବଢୁଛି ଉପଦ୍ରବ। ଦିନ ସାରା ମଜୁରୀ କରି ଯାହା ରୋଜଗାର କରୁଛନ୍ତି ସନ୍ଧ୍ୟା ହେଲେ ମଦ ପିଇ ସର୍ବସ୍ବନ୍ତ ହୋଇ ଘରକୁ ଫେରୁଛନ୍ତି। କିଏ ଘରକୁ ଫେରୁଛି ତ ଆଉ କିଏ ରାସ୍ତା କଡରେ ଗଡି ପଡିଥିବାର ଦେଖାଦେଇଛି। ବିଶେଷ କରି ଏହି ନକଲି ମଦର ଚେର ସୁଦୂର କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାକୁ ଲମ୍ବିଥିବା ଅନୁମାନ କରାଯାଉଛି। ତେବେ ଏହି ନକଲି ମଦ କିଏ ଆଣୁଚି, କୋଉଠି ଆଣୁଛି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ। ସବୁ ଜାଣି ମଧ୍ୟ ଅବକାରୀ ବିଭାଗ ଚୁପ ରହୁଛି। ମାସିକ ଚାନ୍ଦା ନେଇ ନିଜ ପକେଟ ଗରମ କରି ଚୁପ ବସୁଛନ୍ତି ବୋଲି ଅଂଚଳର ବୁଦ୍ଧିଜୀବୀ ସୀତାରାମ ମାଝୀ, ପ୍ରକାଶ ମାଝୀ, ସୀତାରାମ ମୁଠାମାଝି କହିଛନ୍ତି। ବେଲଘର, ଗୁମା, ଝିରିପାଣି, ଲଙ୍କାଗଡ଼, ବିଳାମାଳ କୁର୍ତୁମ ଗଡ଼, ମୁଣ୍ଡି ଗଡ଼ ଭଳି ଉପାନ୍ତ ପଞ୍ଚାୟତର ଗାଁ ମାନଙ୍କରେ ବେଧଡକ ଭାବେ ବିକ୍ରି ହେଉଛି ନକଲି ବିଦେଶୀ ମଦ। ଏହି ବାବଦରେ ବାଲିଗୁଡା ସ୍ଥିତ ଅବକାରୀ ବିଭାଗର ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କୁ ଫୋନ ମାଧ୍ୟମରେ ପଚାରିବାରୁ ଏମିତି କୌଣସି ଅଭିଯୋଗ ଆମ ପାଖରେ ନାହିଁ। ତେବେ ଏଥିପ୍ରତି ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.