ଗୋଁଡ଼ ସମାଜ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗାଁର ପିପଲଡାବର ପଡ଼ା ଠାରେ ଗୋଁଡ଼ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଜିର ବୈଠକରେ ଗୋଁଡ଼ ସମାଜକୁ କେମିତି ସକ୍ରିୟ ଭାବେ ପରିଚାଳିତ କରିହେବ, ଗୋଁଡ଼ ସମାଜର କଳା, ସଂସ୍କୃତି, ସାହିତ୍ୟ, ପ୍ରଥା, ପରମ୍ପରା, ଜୀବିତ ରଖି, ଯୁବ ପୀଢ଼ିଙ୍କ ମଧ୍ୟରେ କେମିତି ସୁଚାରୁରୂପେ ପହଞ୍ଚାଇ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏହାସହ ଗୋଁଡ଼ ସମାଜ ନାମରେ ସାମୁହିକ ସଂଗଠନ ଗଠନ ହେବା ନେଇ ନିଷ୍ପତି କରାଯାଇଥିଲା। ଯାହା ଆଜିର ବୈଠକର ମୂଳ ଲକ୍ଷ ତଥା ମୁଖ୍ୟ ବିଷୟ ବସ୍ତୁ ଥିଲା।

ଏହି ବୈଠକରେ ଗୋଁଡ଼ ସମାଜର ଜିଲ୍ଲା ସଭାପତି ଯୁଗେଶ୍ୱର ମାଝୀ, ଜିଲ୍ଲା ସମ୍ପାଦକ ହରିହର ମାଝୀ, ଜିଲ୍ଲା ଚପରାଶି ମହାଦେବ ମାଝୀ, ଏବଂ ସଞ୍ଜୟ ଛତ୍ରିଆ, ସହଦେଵ ମାଝିଙ୍କ ସହ ଅନ୍ୟ ପରିବାର ସଦସ୍ୟ, ଝାଜମନ ମାଝୀ, ପଣ୍ଡିତ ମାଝୀ, ଟଙ୍କଧର ମାଝୀ, ସନ୍ତ ମାଝୀ, ଯୁବରାଜ ମାଝୀ, ଜୟଲାଲ ମାଝୀ, ଜଗଦୀଶ ପ୍ରସାଦ ମାଝୀ, ପୁରୁଷୋତ୍ତମ ମାଝୀ, ଶ୍ୟାମଘନ ମାଝୀ, ଚଉବନ ଧରୁଆ, ରବି ଧରୁଆ, ଶିବରାମ ମାଝୀ, ପରମେଶ୍ୱର ମାଝୀ, ଘନ ଧରୁଆ, ରାଜୁ ମାଝୀ, ବୈଲୋଚନ ଧରୁଆ,

ଦେବାର୍ଚ୍ଚନ ମାଝୀ, ତୁଲାରାମ ମାଝୀ, ଅନନ୍ତରାମ ମାଝୀ, ବଟକୃଷ୍ଣ ଗଏଁତା, ମୃଦୁଙ୍ଗିଆ ମାଝୀ, କପୁର୍ଚ୍ଚନ ମାଝୀ, ନାରାୟଣ ମାଝୀ, ପବିତ୍ର ମାଝୀ, ଦେବ ଧରୁଆ, ସାଇବ ମାଝୀ, ପବିତ୍ର ମାଝୀ, ଚଞ୍ଚଳ ମାଝୀ ଉପସ୍ଥିତ ରହିଥିଲେ। ଗୋଁଡ଼ ସମାଜର ନୂତନ ସଭାପତି ଭାବେ ମହେଶ୍ୱର ମାଝୀ, ଉପସଭାପତି ନରହରି ମାଝୀ, ସମ୍ପାଦକ ଦେବାର୍ଚ୍ଚନ ମାଝୀ, ସହ ସମ୍ପାଦକ ଭିକଚନ ଧରୁଆ, କୋଷାଧ୍ୟକ୍ଷ ଯୁଧିଷ୍ଠିର ମାଝୀଙ୍କୁ ମନୋନୀତ କରାଯାଥିଲା, ଓ ଲୁଚନ ମାଝୀ, ରଇତାଲ ମାଝୀ, ମୋହନ ମାଝୀ, ଏବଂ ଚପରାଶି ଭାବରେ କପିଳ ଧରୁଆ।

ଏଥିରେ ଗୋଁଡ଼ ସମାଜର ବହୁ ସଂଖ୍ୟାକ ପରିବାର ସଦସ୍ୟା ସାମିଲ ହୋଇଥିଲେ। ମୌନାବତୀ ମାଝୀ, ହସ୍ତୀନୀ ମାଝୀ, ଦ୍ରୋପତି ମାଝୀ, ଇନ୍ଦୁମତୀ ମାଝୀ, ମଦନା ମାଝୀ, ଧୂବନି ମାଝୀ, ଫୁଲ ମାଝୀ, ଧନମତୀ ମାଝୀ, ତରୁଣୀ ମାଝୀ, ବଦନ୍ତି ମାଝୀ, ବିଳାସ ମାଝୀ, ଲଷ୍ମୀ ମାଝୀ, ପ୍ରମୁଖ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ। ପୂର୍ବତନ ଗୋଁଡ଼ ସମାଜର ସମ୍ପାଦକ ମନ ମୋହନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.