ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ ପ୍ରକୋଷ୍ଠରେ ସମଗ୍ର ଶିକ୍ଷା ପକ୍ଷରୁ କଳାହାଣ୍ଡି ଜିଲ୍ଲାସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟବକ୍ତା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଓ ଶୁଭଲକ୍ଷ୍ମୀ ନାୟକ, ବିଏମ୍ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ଭବାନୀପାଟଣା ବିଇଓ ଆଚାରୀ ଶବର, ଡିଆଇଇଟିର ଶିକ୍ଷକ ପ୍ରଶିକ୍ଷକ ଦିଗାମ୍ବର ନାଏକ, ଏବିଇଓ ଜୟ କୁମାର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ବାଗତ ଭାଷଣ ଓ ବିବରଣୀ ପଠନ କରିଥିଲେ ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ।

ସିଆରସିସି ଡିଲେଶ୍ୱର ରଣା ମଞ୍ଚ ପରିଚାଳନା କରିଥିବାବେଳେ ଭବାନୀପାଟଣା ବିଇଓ ଧନ୍ୟବାଦ୍ ଦେଇଥିଲେ। ପରଦେଶୀପଡ଼ା ପ୍ରାଥମିକ ବିଦ୍ୟାଳୟ ଏବଂ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିପୁଣ ଓଡ଼ିଶା ଗୀତ ପରିବେଷଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରି ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିପୁଣ ଓଡ଼ିଶା ଶପଥ ପାଠ କରାଇଥିଲେ।

ଏଥିରେ ଜିଲ୍ଲାର ୧୩ଟି ବ୍ଲକରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ମେଳାରେ ସାକ୍ଷରତା, ସଂଖ୍ୟାଜ୍ଞାନ, ସୃଜନାତ୍ମକ ଓ ମତାମତ ଷ୍ଟଲରେ ଛାତ୍ରଛାତ୍ରୀମାନେ ନିଜର ପ୍ରକଳ୍ପ ସବୁକୁ ଉପସ୍ଥାପନ କରିଥିଲେ। ଏ ଅବସରରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶିକ୍ଷୟତ୍ରୀ ମିନତୀ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଆରଇଓ କଲୋନୀ ୟୁପି ସ୍କୁଲର ଛାତ୍ରଛାତ୍ରୀ ମାନେ କ୍ଷୁଦ୍ର ନାଟିକା ‘ ଛୁ ମନ୍ତର ‘ ପରିବେଷଣ କରିଥିଲେ।

ଛାତ୍ର ଦେବାଶିଷ ସାହୁ ନିପୁଣ ଓଡ଼ିଶା ବକ୍ତୃତା ଦେଇଥିବା ବେଳେ ପରଦେଶୀପଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସିଆରସିସି ପ୍ରଫୁଲ୍ଲ ଠାକୁର, ସ୍ୱାଧିନୀ ସାହୁ, ଅଜିତ ପ୍ରଧାନ ସହଯୋଗ କରିଥିଲେ। ଏଥିରେ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ଷ୍ଟଲ୍ ଗୁଡ଼ିକ ବୁଲି ଦେଖିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.