ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଏନ୍.ଏସ୍.ଏସ୍ କୋ-ୟୁନିଟ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ରଞ୍ଜନ ପଟ୍ଟଯୋଷୀ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ, ପ୍ରାଧ୍ୟାପକ ଅଶୋକ କୁମାର ବେହେରା, ଲିଙ୍ଗରାଜ ପାତ୍ର, ସରୋଜ କୁମାର ପଣ୍ଡା, ଭାର୍ଗବ ସାହୁ, ନିମାଇଁ ଚରଣ ପାତ୍ର, ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାଧ୍ୟାପକ ବସନ୍ତ ପଣ୍ଡା ଓ ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗ ରକ୍ତଦାନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୨୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ‘ଜାତୀୟ ସେବା ଯୋଜନା’ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଦୀନବନ୍ଧୁ ବାଗ, ଏନ.ଏସ୍.ଏସ୍ ସ୍ୱେଚ୍ଛାସେବୀ ଚୁଡ଼ାମଣୀ ମାଝୀ, ପ୍ରବୀଣ କୁମାର ବାନିଆ, ଦୀପକ ବୋଡ଼େକ, ନିହାର ରଞ୍ଜନ ଚଣ୍ଡି, ଶୋଭା ମେହେର, ଚଉବନ ଖଡ଼ିକାର, ଅଭିମନ୍ୟୁ ମାଝୀ, ମଣିକାନ୍ତ ଝାଙ୍କର, କୁନାଲ ମାଝୀ ସାହାଯ୍ୟ କରିଥିଲେ ।