ସେକ୍ରେଡ୍ ହାର୍ଟ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା

ରାୟଗଡ,୨୯/୭ : ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ବେସରକାରୀ ସେକ୍ରେଡ ହାର୍ଟ ସ୍କୁଲ ପରିସରରେ ଅଧ୍ୟୟନରତ ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଛାତ୍ରଙ୍କ ନାମ ଶୁଭ୍ରାଂଶୁ ନାୟକ(୧୩) ବୋଲି ଜଣାପଡିଛି । ଏ ନେଇ ରାୟଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମିଳିଥିବା ସୂଚନା ପ୍ରକାରେ ରାୟଗଡ ସହରର ରାଣୀଗୁଡା ଫାର୍ମ ଅଂଚଳରେ ରହୁଥିବା କାଶିପୁର ବ୍ଳକ ମାଇକଂଚ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଙ୍ଗଳଦାନ ନାୟକଙ୍କ ୧୩ବର୍ଷର ବଡ ପୁଅ ଶୁଭ୍ରାଂଶୁ ସହରସ୍ଥିତ ସେକ୍ରେଡ୍ ହାର୍ଟ ସ୍କୁଲରେ ଷଷ୍ଠଶ୍ରେଣୀରେ ଅଧ୍ୟୟନ କରୁଥିଲା । ସୋମବାର ସକାଳେ ସ୍କୁଲ ଆସିବାରେ ସମୟ ବିଳମ୍ବ ହେଉଥିବାରୁ ବାପା ମଙ୍ଗଳଦାନ ପୁଅ ଶୁଭ୍ରାଂଶୁକୁ ସ୍କୁଲରେ ଛାଡି ଚାଲିଯାଇଥିଲେ । ତେବେ ଝିପି ଝିପି ବର୍ଷା ଲାଗି ରହିଥିବାରୁ ସ୍କୁଲ କର୍ତୁପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଶ୍ରେଣୀଗୃହରେ ପ୍ରାର୍ଥନା କରାଯାଇଥିଲା । ଏହି ସମୟରେ ପ୍ରାର୍ଥନା କରୁଥିବା ଶୁଭ୍ରାଂଶୁ ହଠାତ୍ ତଳେ ପଡିଯାଇଥିଲେ ଏବଂ ତାଙ୍କ ପାଟିରୁ ଲାଲ ବାହାରିବା ସହ ଦେହ ଥରୁଥିବା ଦେଖି ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କୁ ଜଣାଇଥିଲେ । ଘଟଣା ସଂପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ସ୍କୁଲ ଅଧ୍ୟକ୍ଷ ଜଜ୍ ଯୋଶେଫ ଓ ଅନ୍ୟ ଶିକ୍ଷକମାନେ ଛାତ୍ର ଶୁଭ୍ରାଂଶୁୁକୁ ରାୟଗଡ ଜିଲ୍ଳା ମେଡିକଲ ନେଇଯାଇଥିଲେ ଓ ତାଙ୍କ ପରିବାରକୁ ଫୋନ ଯୋଗାଯୋଗ କରିଥିଲେ । ତେବେ ଫୋନ ସାଙ୍ଗରେ ନେଇ ନ ଥିବାରୁ ତାଙ୍କ ବାପା ଶୁଭ୍ରାଂଶୁର ସ୍ୱାସ୍ଥ୍ୟ ଖରାପ ସମ୍ବନ୍ଧରେ ଟିିକିଏ ବିଳମ୍ବରେ ଜାଣିବାକୁ ପାଇଥିଲେ । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପଂହଚିବା ବେଳକୁ ଛାତ୍ର ଶୁଭ୍ରାଂଶୁର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ପ୍ରତିଦିନ ଭଳି ଘର ସମସ୍ତଙ୍କ ସହ ଖାଇବା ପରେ ପୁଅ ଶୁଭ୍ରାଂଶୁ ରାତିରେ ଶୋଇପଡିଥିଲା । ସକାଳୁ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହୋଇଥିଲା ଓ ମୁଁ ତାକୁ ଛାଡି ଆସିିଥିଲି । ହଠାତ୍ ମୋ ପୁଅ ଜୀବନ ଚାଲିଗଲା ବୋଲି କୋହଭରା କଣ୍ଠରେ ମୃତ ଛାତ୍ରର ବାପା ମଙ୍ଗଳଦାନ ପ୍ରକାଶ କରିଛନ୍ତି । ଷଷ୍ଠଶ୍ରେଣୀର ଛାତ୍ର ଶୁଭ୍ରାଂଶୁର ମୃତ୍ୟୁକୁ ନେଇ ସ୍କୁଲ ଛୁଟି କରାଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଏକ ଶୋକର ଛାୟା ଖେଳିଯାଇଛି । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ମୃତ ଶୁଭ୍ରାଂଶୁର ସଂପର୍କିୟମାନେ ଦୁଃଖରେ ଭାଙ୍ଗି ପଡିଥିଲେ ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.